ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ ଏ । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥା NAC ର ୩ଜଣିଆ ଟିମ ଦ୍ୱାରା ଯାଞ୍ଚ କରାଯିବା ପରେ ଏ ଗ୍ରେଡ ପ୍ରଦାନ କରାଯାଇଛିି । ତେବେ ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ସମର୍ଥନରେ ମିଳିଛି ଅଧିକ ଗ୍ରେଡ । ଫକୀର ମୋହନ ବିଶ୍ୱବିଦ୍ୟାଳୟ ୩.୧୮ ପର୍ଯ୍ୟନ୍ତ ସର୍ବୋତ୍ତମ ନମ୍ବର ରଖି ରାଜ୍ୟର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି । ଧାନ , ପାନ ଓ ମିନ ଉପରେ ଅଧିକ ଗୁରୁତ୍ୱ ଦେଇ ଗବେଷଣା ଚଲାଇଛି ।