ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର : ଜି୨୦ ସମ୍ମିଳନୀ ହେବା ପୁର୍ବରୁ ହିଁ ଜି୨୦କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । ଏଥିରେ ବିଶ୍ୱ ନେତା ମାନଙ୍କୁ ନିମନ୍ତ୍ରଣ କରାଯାଇ ଅନେକ ଉନ୍ନତିମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା । ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ଭାରତରେ ଏବେ ବେଶ ଚର୍ଚ୍ଚାରେ । ସତେ ଯେମିତି ଭାରତବାସୀଙ୍କ ହୃଦୟରେ ରହିଗଲେ ଏହି ଦମ୍ପତି । ରିଷି ସୁନକ ପ୍ରଥମ ଭାରତୀୟ ଯିଏ କି ବ୍ରିଟିଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ସେ ଜଣେ ପ୍ରଭାବଶାଳୀ ବ୍ରିଟିଶ ରାଜନୀତିଜ୍ଞ ମଧ୍ୟ ।

ଏବେ ପର୍ଯ୍ୟନ୍ତ ଆମେ କହୁଥିଲୁ ରିଷି ସୁନକଙ୍କ କଥା ହେଲେ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ବି କିଛି କମ ନୁହଁନ୍ତି । ସେ ଆଇ ଟି କମ୍ପାନୀ ଇନଫୋସିସର କୋଫାଉଣ୍ଡର ଏବଂ ପ୍ରତିଷ୍ଠିତ ବ୍ୟବସାୟୀ ଏନ ଆର ନାରାୟଣ ମୂର୍ତି ଓ ସମାଜସେବୀ ତଥା ଜଣେ ଲେଖିକା ସୁଧା ମୂର୍ତ୍ତିଙ୍କ ଝିଅ ଥିଲେ ।

ରିଷି ସୁନକ କମ ବୟସରେ ହୋଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ । ଏହି ଦୁଇ ଦମ୍ପତି ଙ୍କର ପ୍ରେମ ମଧ୍ୟ ବେଶ ରୋଚକ । ଉଭୟ ଏମବିଏ କରିବା ପାଇଁ ପହଞ୍ଚିଥିଲେ ଷ୍ଟାନଫୋର୍ଡ ୟୁନିଭରସିଟିରେ । ସେହି ସମୟରେ ଦୁଇଜଣଙ୍କ ଦେଖା ହୋଇଥିଲା । ପରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏବଂ ସେହି ସ୍ଥାନ ତାଙ୍କ ପ୍ରେମର ଆରମ୍ଭସ୍ଥଳ ପାଲଟିଥିଲା । ପ୍ରଥମରୁ ହିଁ ବ୍ରିଟେନ ଢାଞ୍ଚାରେ ବଢିଥିବା ରିଷି ସୁନକ ଓ ଭାରତ ସଂସ୍କୃତିରେ ବଢିଥିବା ଅକ୍ଷତାଙ୍କର ସମ୍ପର୍କ ସୁଦୃଢ ।

ଦୁହେଁ କଫିହାଉସ ବାହାରେ ବହୁତ ସମୟ ବିତାଉଥିଲେ ବି ଶୁଣିବାକୁ ମିଳେ । ଏହି ଠାରୁ ତାଙ୍କ ସମ୍ପର୍କ ଦୃଢ ହୋଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଉଭୟ ସ୍ଥିର କଲେ । ହେଲେ ଶୁଣିବାକୁ ମିଳେ ଯେ, ଅକ୍ଷତାଙ୍କ ବାପା ମା’ ରିଷି ସୁନକଙ୍କୁ ନେଇ ପ୍ରଥମେ ଏତେ ଖୁସି ନଥିଲେ , ହେଲେ ରିଷି ସୁନକଙ୍କ ସହ ଦେଖା ହେବା ପରେ ତାଙ୍କ ଚିନ୍ତାଧାରା ବଦଳିଲା । ଏବଂ ସେମାନଙ୍କ ବିବାହ ସମ୍ପନ୍ନ ହେଲା । ଉଭୟଙ୍କ ସମ୍ପର୍କର ନିବିଡତା ଏଭଳି ଯେ, ଅକ୍ଷତାଙ୍କ ଆଧ୍ୟାତ୍ମିକ ଭାବନା ରିଷିଙ୍କୁ ପ୍ରଭାବିତ କରିଥିଲା । ଲଣ୍ଡନରେ ରହି ମଧ୍ୟ ସେମାନେ ହିନ୍ଦୁ ରୀତିନୀତିର ପାଳନ କରନ୍ତି । ଜି୨୦ ସମ୍ମିଳନୀ ସମୟରେ କିଛି ସମୟ ବାହାର କରି ଅକ୍ଷରଧାମ ମନ୍ଦିର ମଧ୍ୟ ଯାଇଥିଲେ । ପାରିବାରିକ ସ୍ଥିତି ନୁହେଁ ବ୍ୟବସାୟରେ ମଧ୍ୟ ଅକ୍ଷତା ବେଶ ଯୋଗ୍ୟ । ସେ ନିଜ ଯୋଗ୍ୟତାରେ ଲଣ୍ଡନରେ ତିନୋଟି କମ୍ପାନୀର ମାଲିକ । ଏବଂ ଲଣ୍ଡନର ସବୁଠାରୁ ଧନୀ ମହିଳା ଭାବେ ଅକ୍ଷତା ପରିଚିତ ।