ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ରାଜନୀତି ମାହୋଲ ଏବେ ଗରମ । ୨୦୨୪ ନିର୍ବାଚନକୁ ଆଖିରେ ରଖି ସରଗରମ ଏବେ ମୈଦାନ । ବର୍ତ୍ତମାନ ଅତି ଚର୍ଚ୍ଚାରେ ବିରୋଧୀ ଦଳ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଗୋଟେ ପରେ ଗୋଟେ ତଥ୍ୟ ଏବେ ଟ୍ରେଣ୍ଡିଂରେ ।

ମୋଦୀ ସରନେମ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାହୁଲ ଗାନ୍ଧୀ ପୁଣି ଥରେ ନିଜ ଲୋକସଭା ସଦସ୍ୟତା ଫେରି ପାଇ ସଂସଦ ତ ଯାଇଥିଲେ ହେଲେ ସରକାରୀ ବଙ୍ଗଳା ନେବା ପାଇଁ ସିଧାସଳଖ ମନା କରିଛନ୍ତି ରାହୁଲ । ଏହା ମଧ୍ୟ କହିଛନ୍ତି ଯେ, ‘ସରକାରୀ ବଙ୍ଗଳା ମୋର ଦରକାର ନାହିଁ ପୂରା ଭାରତବର୍ଷ ମୋର ଘର ।’ ବର୍ତ୍ତମାନ ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡିଶା ଗସ୍ତକୁ ନେଇ ପୁଣି ଚର୍ଚ୍ଚାରେ ଥିବା ବେଳେ ଅନ୍ୟପଟେ ଛତିଶଗଡ ନିର୍ବାଚନରେ ବିଜେପି ହାରିବା ନେଇ ଦୃଢ ଆତ୍ମବିଶ୍ୱାସ ଦେଖାଇଛନ୍ତି ରାହୁଲ ।

ଭାରତର ରାଜଧାନୀ ଦିଲ୍ଲୀରେ ସବୁଠୁ ହାଇ ପ୍ରୋଫାଇଲ ରାଜନୈତିକ ପରିବାରରେ ୧୯ ଜୁନ ୧୯୭୦ ମସିହାରେ ଜନ୍ମ ହୋଇଥିଲେ ରାହୁଲ ଗାନ୍ଧୀ । ତାଙ୍କ ପିତା ରାଜୀବ ରତନ ଗାନ୍ଧୀ ଓ ମା’ ସୋନିଆ ଗାନ୍ଧୀ ଉଭୟ ରାଜନୀତିର ବିଶେଷ ଅଙ୍ଗ । ରାଜୀବ ଗାନ୍ଧି ୧୯୮୪ ରୁ ୧୯୮୯ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ସୋନିଆ ଗାନ୍ଧୀ ବର୍ତ୍ତମାନର ସବୁଠାରୁ ପୁରୁଣା ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସର ସଭାପତି । ଅନ୍ୟ ପଟେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କିଛି କମ ନୁହେଁ । ଏହା ବ୍ୟତୀତ ତାଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଏତେ ବଡ ରାଜନୈତିକ ପରିବାରର ହୋଇ ମଧ୍ୟ ପିଲା ବେଳରୁ ଲୋକ ଲୋଚନକୁ ଆସି ନଥିଲେ ରାହୁଲ । ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା ଦିଲ୍ଲୀରୁ । ପରେ ତାଙ୍କୁ ଉତ୍ତରାଖଣ୍ଡ ପଠାଇ ଦିଆଯାଇଥିଲା । ଏହି ପର୍ଯ୍ୟନ୍ତ ରାହୁଲଙ୍କ ପାଠ ପଢା ଠିକ ଡାକ ଚାଲିଥିଲା । ହେଲେ ହଠାତ ସେହି ସମୟର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ତାଙ୍କ ବଡିଗାର୍ଡ ଙ୍କ ଦ୍ୱାରା ହେବା ପରେ ସୁରକ୍ଷା ପାଇଁ ରାହୁଲ ଓ ପ୍ରିୟଙ୍କା ଙ୍କୁ କିଛି ସମୟ ପାଇଁ ସ୍କୁଲ ବନ୍ଦ କରିବାକୁ ପଡିଥିଲା । ୧୯୮୯ ରେ ପରିସ୍ଥିତି ଟିକେ ଶାନ୍ତ ହେବା ପରେ ପୂୁଣି ଦିଲ୍ଲୀରେ ପାଠ ପଢା ଆରମ୍ଭ କରିଥିଲେ । ପାଠ ପଢା ଭିତରେ ହିଁ ଉଚ୍ଚ ଶିକ୍ଷା ପାଇଁ ସେ ଆମେରିକା ଯିବାକୁ ସ୍ଥିର କରିଥିଲେ । କିନ୍ତୁ ଯିବାର କିଛି ଦିନ ପରେ ହିଁ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ହତ୍ୟା ହୋଇଥିଲା । ପରେ ସେ ଆମେରିକାର ଫ୍ଲୋରିଡା ଚାଲି ଯାଇଥିଲେ ଏବଂ ୧୯୯୪ରେ ବି.ଏ. ପାସ କରିଥିଲେ । କିନ୍ତୁ ଏମ.ଫି.ଲ କରିବା ସମୟରେ ନିଜର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ନାମ ବଦଳାଇଥିଲେ । ରାହୁଲ ବିନଚୀ ନାମରେ ସେ ପାଠ ପଢୁଥିଲେ । ୟୁନିଭରସିଟି ରେକର୍ଡ ଛାନଭିନ ହେବା ସମୟରେ ଏହି କଥା ଜନସମାଜକୁ ଜଣା ପଡିଥିଲା । ଏହା ପରେ ସେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ ସତ ହେଲେ , ୨୦୦୪ ମସିହାରେ ସେସବୁ ଠାରୁ ଦୂରେଇ ଯାଇ ଭାରତ କୁ ଫେରି ଆସିଥିଲେ । ଏଠାରେ ନିଜର ‘ଟେକ୍ନୋଲୋଜି କନସଲଟେନ୍ସି କମ୍ପାନୀ’ର ଆରମ୍ଭ କଲେ ତା’ ସହ ରାଜନୀତିରେ ବି ପାଦ ଥାପିଲେ ରାହୁଲ । ସଂଯୋଗ ବଶତଃ ସେହି ବର୍ଷ ଲୋକସଭା ନିର୍ବାଚନ ଥିଲା । ନିଜ ପରିବାରର ଦୃଢ ପୃଷ୍ଠଭୂମି ଯୋଗୁଁ ସେ ପ୍ରାୟ ୧ଲକ୍ଷ ଭୋଟ ଅନ୍ତରରେ ବାଜିମାତ କରିଥିଲେ ।

୨୦୦୬ରୁ ମା’ଙ୍କୁ ଜିତାଇବା ପାଇଁ ରାଲି ଆଦିରେ ମଧ୍ୟ ସେ ଯୋଗ ଦେଇଥିଲେ । ପାଖାପାଖି ୪ ଲକ୍ଷ ଭୋଟ ଅନ୍ତରରେ ସୋନିଆ ଗାନ୍ଧୀ ମଧ୍ୟ ଜିତି ଯାଇଥିଲେ । ୨୦୦୭ ମସିହା ବେଳକୁ ସେ କଂଗ୍ରେସର ଜଣେ ଆଗ ଧାଡିର ନେତା ହୋଇ ସାରିଥିଲେ । ତାଙ୍କର ଏହି ସଫଳତାକୁ ଦୃଷ୍ଟିରେ ରଖି ୨୪ ସେପ୍ଟେମ୍ଭର ୨୦୦୭ରେ ତାଙ୍କୁ ‘ଅଲ ଇଣ୍ଡିଆ କଂଗ୍ରେସ କମିଟି’ ର ଜେନେରାଲ ସେକ୍ରେଟାରୀ କରିଦିଆଗଲା । ତା’ ସହ ‘ଘଝଟଓ’ ର ଦାୟିତ୍ୱ ମଧ୍ୟ ତାଙ୍କୁ ହସ୍ତାନ୍ତର କରାଗଲା । ପରେ ନେ ୧୦ ଗୁଣ ଯୁବ ପିଢିଙ୍କୁ କଂଗ୍ରେସରେ ଯୋଡିଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ୩ଲକ୍ଷ ୧୭ ହଜାର ଭୋଟ ଅନ୍ତରରେ ସେ ଜିତିଥିଲେ । ପରେ ଆଗାମୀ ନିର୍ବାଚନରେ ଲୋକସଭାରେ କଂଗ୍ରେସ ରହିଥିଲେ ମଧ୍ୟ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ବାଜିମାତ କରିଥିଲେ । ଏହି ହାରରେ ନିଜକୁ ଦାୟୀ କରି ୨୦୧୯ ଲୋକସଭା ନିର୍ବାଚନରେ ପାର୍ଟି କ୍ୟାମ୍ପେନ ଲିଡ କରିଥିଲେ ବି ପୁଣି ବିଫଳ ଏଥର ଲୋକସଭା;ର ହରାଇଲେ ସ୍ଥାନ । ଏଥିରେ ଦୁଃଖ ପ୍ରକାଶ କରି ପାର୍ଟି ଲିଡର ରୁ ଇସ୍ତପା ଦେଇଥିଲେ । ତଥାପି ଭାରତୀୟ ରାଜନୀତିରେ ସେ ଏବେ ବି ବେଶ ସକ୍ରିୟ । ବିରୋଧୀ ଦଳ ନେତା ଭାବେ ସରକାରଙ୍କ କାର୍ଯ୍ୟକୁ ମଧ୍ୟ ଉପହାସ କରିବାରେ କେବେ ପଛଘୁଞ୍ଚା ଦେଇନାହାଁନ୍ତି । ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଉଚିତ ଭାବେ ତୁଲାଇଛନ୍ତି ।