ସନଷ୍ଟାର ଟିଭି ବ୍ୟୁରୋ
ଫ୍ୟାନ୍ସ ମାନଙ୍କ ପାଇଁ ‘ଥଲୈଭା’ । କ୍ରିକେଟ ଜଗତର କୁଲମ୍ୟାନ । ଏତିକିରୁ ହିଁ ବୁଝାପଡିଯାଏ ତାଙ୍କ ପରିଚୟ । ପ୍ରିୟ କ୍ରିକେଟର କହିଲେ ପ୍ରଥମେ ଆସେ ତାଙ୍କ ନାଁ.. “ମାହି”… ବେଶ ଚର୍ଚ୍ଚିତ ଓ ପରିଚିତ ବ୍ୟକ୍ତି… ଭାରତୀୟଙ୍କ ପାଇଁ କୌଣସି ସୁପରଷ୍ଟାର ଠାରୁ କମ ନୁହେଁ ମହେନ୍ଦ୍ର ସିଂ ଧୋନୀ । ସଫଳ କ୍ରିକେଟର ଭାବରେ ତ ସେ ଜଣାଶୁଣା… ହେଲେ ଛୋଟ ବେଳରୁ ତାଙ୍କର ଫୁଟବଲ ପ୍ରତି ବିଶେଷ ଆକର୍ଷଣ ଥିଲା । ସେହି ସମୟରେ କ୍ରିକେଟ ତାଙ୍କ ଭାବନା ପରିସରରେ ବି ନ ଥିଲା । ଫୁଟବଲରେ ସେ ଏତେ ପାରଙ୍ଗମ ଥିଲେ ଯେ, ଛୋଟ ବେଳରୁ ହିଁ ଜିଲ୍ଲା ଓ କ୍ଲବ ସ୍ତରରେ ଖେଳରେ ଅଂଶ ଗ୍ରହଣ କରୁଥିଲେ । ଫୁଟବଲ ଟିମରେ ଗୋଲ କିପର ଭାବରେ ସେ ଥିଲେ । ଗୋଲ କିପର ଭାବରେ ତାଙ୍କର କାର୍ଯ୍ୟଦକ୍ଷତା ଦେଖି ତାଙ୍କୁ ଫୁଟବଲ ଟିମର କୋଚ କ୍ରିକେଟରେ ମିଶିବାକୁ ପଠାଇ ଦେଲେ । ଧୋନୀ ପୂର୍ବରୁ କ୍ରିକେଟ ଖେଳି ନ ଥିଲେ ମଧ୍ୟ ୱିକେଟ କିପୀଙ୍ଗରେ ସମସ୍ତଙ୍କୁ ବହୁ ପ୍ରଭାବିତ କଲେ । ଏବଂ କମାଣ୍ଡୋ କ୍ରିକେଟ କ୍ଳବର ରେଗୁଲାର ୱିକେଟ କିପର ହୋଇଗଲେ । ମାହି ସଚିନ ତେନ୍ଦୁଲକର ଓ ଜନ ଆବ୍ରାହମଙ୍କୁ ବହୁତ ପସନ୍ଦ କରୁଥିଲେ । ଜନ ଙ୍କ ଭଳି ଲମ୍ବା ଲମ୍ବା ଚୁଟି ରଖିବା ସହ ବାଇକ, କାର ଦୃତ ଗତିରେ ଚଲେଇବା ସଇକ ଥିôଲା ମାହିଙ୍କର । ଦଶମ ପରେ ସେ କ୍ରିକେଟକୁ ଅଧିକ ସମୟ ଦେବାକୁ ଲାଗିଲେ । ତା’ ସହ ଖଡଗପୁର ରେଲୱ ଷ୍ଟେସନରେ ଟିଟି ରହିଥିଲେ । ତାଙ୍କ ସହକର୍ମାୀ ମଧ୍ୟ କୁହନ୍ତି ଯେ, ଏମ ଏସ ଧୋନୀ ଜଣେ ଭଲ ମଣିଷ । ୨୦୦୦ ରୁ ୨୦୦୩ ପର୍ଯ୍ୟନ୍ତ ଟିଟି ରହିବା ସହ ରଣଜୀ ଟ୍ରଫିରେ ଅଂଶ ଗ୍ରହଣ କରିଥିଲେ । ଧୀରେ ଧୀରେ କ୍ରିକେଟ ପ୍ରତି ତାଙ୍କ ଆଗ୍ରହ ଏତେ ଅଧିକ ହେଲା ଯେ , ସମସ୍ତ କାମ ଛାଡି କ୍ରିକେଟରେ ହିଁ ତାଙ୍କ କ୍ୟାରିୟର କରିବେ ବୋଲି ସ୍ଥିର କରିଥିଲେ । ବିସିିସିଆଇ ର ଏକ ଦଳ ଥାଏ ଯେଉଁ ମାନେ ଛୋଟ ସହରରୁ ସବୁଠୁ ଭଲ ପ୍ରତିଭାବାନ ପିଲା ମାନଙ୍କୁ ସିଲେକ୍ଟ କରିଥାନ୍ତି । ସେହି ଦଳର ପ୍ରକାଶ ପୋଡାର ଙ୍କ ନଜର ଧୋନିଙ୍କ ଉପରେ ପଡିଲା । ଏବଂ ସେ ନ୍ୟାଶନାଲ ଲେବଲ ପାଇଁ ତାଙ୍କୁ ସିଲେକ୍ଟ କଲେ । ପ୍ରକାଶ ପୋଡାର ବେଙ୍ଗଲ ଟିମର ପୂର୍ବତନ କ୍ୟାପଟେନ ଥିଲେ । ଧୋନୀଙ୍କୁ ସଫଳତା ସେତେବେଳେ ମିଳିଲା ଯେଉଁ ସମୟରେ ଇଣ୍ଡିଆ ଏ ଟିମ ପାଇଁ ସେ ସିଲେକ୍ଟ ହେଲେ । ସେ ଟ୍ରାଏ ସିରିଜ ଖେଳିବା ପାଇଁ କେନିଆ ଗଲେ , ସେଠାକୁ ପାକିସ୍ଥାନ ଟିମ ବି ଆସିଥିଲା । ସେଥିରେ ତାଙ୍କ ପ୍ରଦର୍ଶନ ଖୁବ ଭଲ ଥିଲା । କିନ୍ତୁ ୨୦୦୪ – ୦୫ ରେ ବାଙ୍ଗଳାଦେଶ ସହ ୱାନ ଡେ ପାଇଁ ତାଙ୍କୁ ପ୍ରଥମ ଥର ସିଲେକ୍ଟ କରାଗଲା ହେଲେ ଦୁର୍ଭାଗ୍ୟବଶତଃ ସେ ଜିରୋ ରନରେ ଆଉଟ ହେଇଗଲେ । ତଥାପି ତାଙ୍କୁ ପୁଣି ପାକିସ୍ଥାନ ସହ ୱାନ ଡେ ପାଇଁ ସିଲେକ୍ଟ କରାଗଲା , ସେହି ମ୍ୟାଚରେ ସେଞ୍ଚୁରୀ ମାରି ସେ ଆଉ ଥରେ କ୍ରିକେଟ ଜଗତର ହିରୋ ହୋଇଗଲେ । ୨୦୦୭ରେ ଧୋନୀ ଇଣ୍ଟରନ୍ୟାସନାଲ କ୍ରିକେଟର କ୍ୟାପଟେନ ହୋଇଗଲେ । ତାଙ୍କ କ୍ୟାପଟେନ୍ସିରେ ୨୦୦୭ରେ ପ୍ରଥମ ଟି- ଟ୍ୱେଣ୍ଟି ୱାଲ୍ଡକପ ଭାରତ ନିଜ ନାଁରେ କଲା, ୨୦୧୧ରେ ୱାନ ଡେ ଇଣ୍ଟରନ୍ୟାସନାଲ ୱାଲ୍ଡକପ ବି ନିଜ ନାଁରେ କଲା । ପରେ ସେ ତାଙ୍କ ଜୋରଦାର ପଫର୍ମାନ୍ସରେ ଇଣ୍ଡିଆ ଟିମ କୁ ଅହେତୁକ ସଫଳତା ଆଣିଦେଲେ । ଭାରତୀୟ ଟିମକୁ ଗୋଟେ ଭଲ କ୍ୟାପଟେନ ଭାବରେ କପିଲ ଦେବ, ଅଜରୁଦ୍ଦିନ ଓ ଗାଙ୍ଗୁଲି ପରେ ଯଦି କେହି ମିଳିଛି ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ ।