ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମାୟା ଟାଟା , ରତନ ଟାଟାଙ୍କ ପାଇଁ ଜଣେ ଖାସ ବ୍ୟକ୍ତିତ୍ୱ। ଏବେ ତାଙ୍କ ବୟସ ୩୪ ବର୍ଷ। ଟାଟା ଗ୍ରୁପର ଏକ ବଡ ପଦବୀ ତାଙ୍କ ହାତରେ। ଟାଟା ଗ୍ରୁପ ଚାଣକ୍ୟ ଉତ୍ତରାଧିକାରୀ ଏବଂ ବିବିଧ ଉଦ୍ୟମ ପାଇଁ ସେ ବେଶ ପରିଚିତ। ପରବର୍ତ୍ତୀ ପିଢିକୁ ଦାୟିତ୍ୱ ସମର୍ପୁଛି ଟାଟା ଗ୍ରୁପ। ୧୫୦ ବର୍ଷର ଏହି ପୁରୁଣା କମ୍ପାନୀର ଦାୟିତ୍ୱ ସମ୍ଭାଳିବା ପାଇଁ ସର୍ବଶେଷ ନାମ ହେଉଛି ମାୟା ଟାଟା।
ନୋଏଲ ଟାଟା ଏବଂ ଆଲୋ ମିଷ୍ଟ୍ରିଙ୍କ ଝିଅ ମାୟା। ବତ୍ତ୍ର୍ମାନ ସେ ଟାଟା ମେଡିକାଲ ସେଣ୍ଟର ଟ୍ରଷ୍ଟର ବୋର୍ଡ ସଦସ୍ୟ। ଏହା ଛଡା ସେ ରତନ ଟାଟାଙ୍କ ସାବତ ଝିଆରୀ। ଏବେ ଟାଟା ସାମ୍ରାଜ୍ୟକୁ ଆଗକୁ ନେବାର ପ୍ରସ୍ତୁତି କରୁଛନ୍ତି ମାୟା ଙ୍କ ସହ ତାଙ୍କ ଭଉଣୀ ଲିଆ ଓ ନେଭିଲ।
ମାୟା ଟାଟା ଯୁକ୍ତ ରାଷ୍ଟ୍ରର ବାଇସ୍ ବିଜନେସ ସ୍କୁଲ ଏବଂ ୱାଇର୍କ ବିଶ୍ୱବିଦ୍ୟାଳୟ ରେ ଶିକ୍ଷା ଲାଭ କରିଥିଲେ। ଏହି ସମୟରେ ରତନ ଟାଟାଙ୍କ ସାବତ ଭଣଜା ଟାଟା କ୍ୟାପିଟାଲର ଏକ ସହାୟକ କମ୍ପାନୀ ‘ଟାଟା ଅପରଚ୍ୟୁନିଟି ଫଣ୍ଡ’ ରେ ଯୋଗ ଦେଇ ବ୍ୟବସାୟ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ମାୟା ତାଙ୍କ ଅଭିଜ୍ଞତାକୁ ପୋର୍ଟଫୋଲିଓ ପରିଚାଳନା ଏବଂ ନିବେଶକ ସମ୍ପର୍କରେ ତାଲିମ ଏବଂ ବିକାଶ ପାଇଁ ବ୍ୟବହାର କରିଥିଲେ। ଏବଂ ପ୍ରତିବଦଳରେ କର୍ପୋରେଟ ଜଗତର କାର୍ଯ୍ୟକଳାପ ବିଷୟରେ ତାଙ୍କ ବୁଝାମଣାକୁ ସୁଦୃଢ କରିଥିଲେ। ‘ଟାଟା ଅପରଚ୍ୟୁନିଟି ଫଣ୍ଡ’ ବନ୍ଦ ହେବା ପରେ ମାୟା ଚାଲି ଯାଇଥିଲେ ଡିଜିଟାଲ ଦୁନିଆର କାର୍ଯ୍ୟକଳାପ ବୁଝିବା ପାଇଁ। ସେଠାରେ ସେ ଟାଟା ନ୍ୟୁ ଆପ ଶୁଭାରମ୍ଭର ସାକ୍ଷୀ ହୋଇଥିଲେ, ଯାହା ଉପଭୋକ୍ତା ମାନଙ୍କୁ ଏକ ବ୍ୟକ୍ତିଗତ ଏବଂ ଇମର୍ସିଭ ସପିଂ ଅଭିଜ୍ଞତା ଦେଇଥାଏ। ଏହି ସଫଳତା ଆଗକୁ ଆସୁଥିବା ଅଭିନବ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ବିକାଶ କରିବାରେ ତାଙ୍କୁ ଆହୁରି ଉତ୍ସାହିତ କଲା। ଏବେ ଦେଖିବାକୁ ବାକି ରହିଲା ଭବିଷ୍ୟତରେ ଟାଟା ସାମ୍ରାଜ୍ୟରେ ଆଉ କେତେ ଦିନରେ ରାଜ କରିବେ ମାୟା।