ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗଣେଶ ମେଢ ନେଇଯାଉଥିବା ବେଳେ ଦୁର୍ଘଟଣା। ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ମୃତ, ୩ ଗୁରୁତର। ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲ ପଞ୍ଚାୟତରେ ଘଟିଛି ଏଭଳି ଅଘଟଣ। ୮ ଜଣ ଯୁବକ ଟ୍ରାକ୍ଟରରେ ଗଣେଶ ମେଢ ନେଇ ଯାଉଥିବାବେଳେ ବାଲିବିଲ ନିକଟରେ ଉପର ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲା ଟ୍ରାକ୍ଟର। ଫଳରେ ଗାଡିରୁ କିଛି ଯୁବକ ଛିଟିକି ପଡ଼ିଥିଲେ। ଆହତଙ୍କୁ ଲୋକ ଉଦ୍ଧାର କରି ବରୀ ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଢି଼ଅ ବାରିଙ୍ଗି ଗ୍ରାମର ସମୀର ରାଉତଙ୍କ ମୃତ୍ୟୁ ହୋଇଥିଲା।
ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧୀନ ଘଣ୍ଟେଶ୍ୱର ବଜାରରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଲକ୍ଷ୍ମୀଧର ବେହେରାଙ୍କ ପୁଅ ମାନସ ବେହେରା। ଗୁରୁତର ଶ୍ରୀକାନ୍ତ ଦାସଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ଉଭୟଙ୍କ ଘର ଘଣ୍ଟେଶ୍ବର ବାଲିପଦା ବୋଲି ଜଣାପଡିଛି।