ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୧୧ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ। ଜିଲ୍ଲାରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧୮୦କୁ ବୃଦ୍ଧି । ତେବେ ସଂକ୍ରମଣ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯିବା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।
ସୁନ୍ଦରଗଡ଼ ସହ ବରଗଡ଼ରେ ମଧ୍ୟ ବ୍ୟାପୁଛି ସ୍କ୍ରବ ଟାଇଫସ । ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କ ଭିତରୁ ସୋହେଲା ବ୍ଲକରୁ ୨ ଜଣ ଥିବା ବେଳେ ଅତାବିରା, ଭେଡେନ୍ ଓ ବରପାଲିରୁ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେ ଏହି ଭୂତାଣୁରେ ସଂକ୍ରମିତ ହୋଇ ଅନେକ ଚିକିତ୍ସିତ ହେଉଛନ୍ତି ।