ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୋଚାମ (ASSOCHAM) ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସସରେ ମୋଦୀ କହିଛନ୍ତି ଯେ କୃଷି ଆଇନରେ ଆମେ ଯେଉଁ ସବୁ ସୁଧାର ଆଣୁଛୁ ତାହାର ଫଳାଫଳ ଆଉ କିଛି ଦିନ ପରେ ଜଣା ପଡିବ । ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ ଆମେ ୧୫୦୦ ରୁ ଅଧିକ ପୁରୁଣା ଆଇନକୁ ମଧ୍ୟ ରଦ୍ଧ କରାଯାଇଛି । ଦେଶ ପାଇଁ ଯାହା ଉପଯୁକ୍ତ ସେହି ଅନୁସାରେ ନୂତନ ଆଇନ ପ୍ରଣୟନ କରାଯିବ । ୬ ମାସ ତଳେ ଯେଉଁ କୃଷି ଆଇନରେ ସୁଧାର ଅଣାଯାଇଥିଲା ଯେହି ଆଇନ ଦ୍ଵାରା କୃଷକମାନେ ହିଁ ଉପକୃତ ହେବେ । ଆମ ଦେଶରେ କୃଷକମାନଙ୍କ ପାଖରେ ବଡ ଭଣ୍ଡାର ଅଛି ଯାହାକୁ ବିଶ୍ଵ ବଜାରରେ ଦେଖାଇବାକୁ ଚେଷ୍ଟା କରାଯିବା ଉଚିତ ।
ତେବେ ଏହି ସମ୍ମୀଳନୀ ସେ ଆଉ ମଧ୍ୟ କହିଛନ୍ତି ଯେ ପୁରା ବିଶ୍ଵକୁ ଭାରତର ଅର୍ଥବ୍ୟବସ୍ଥା ଉପରେ ଭରସା ରହିଛି । କରୋନା ମହାମାରୀ ସମୟରେ ଯେବେ ପୁରା ଦୁନିଆ ନିବେଶ ପୁଞିକୁ ନେଇ ଚିନ୍ତାରେ ଥିଲେ ସେତେବେଳେ ଭାରତରେ ଏଫ୍ଡିଆଇ ଓ ଏଫ୍ପିଆଇ ନିବେଶ ଆସିଥିଲା । ଭାରତରେ ସବୁ କ୍ଷେତ୍ରରେ ନିବେଶ କରିବାର ଅବସର ରହିଛି ।