ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ୧୪ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ଇଣ୍ଡିଆ ମେଣ୍ଟର ବର୍ଜନ ନିଷ୍ପତ୍ତି । ସାମ୍ବାଦିକତାର ସ୍ୱତନ୍ତ୍ରତାକୁ ଛଡାଇ ନିଆଯାଇଛି । ଇତିହାସ ପୁଣି ଦୋହରାଇଲା ଇଣ୍ଡିଆ ମେଣ୍ଟ । ଇନ୍ଦିରା ଗାନ୍ଧୀ ଆପାତକାଳୀନ ସ୍ଥିତି ଘୋଷଣା କଲା ପରି ଇଣ୍ଡିଆ ମେଣ୍ଟ ସାମ୍ବାଦିକଙ୍କ କାର୍ଯ୍ୟକ୍ରମ ଉପରେ ଲଗାଇଛି ରୋକ । ଏକ ନୁହେଁ ଏକାଧିକ ସାମ୍ବାଦିକଙ୍କ ପାଇଁ ନିଆଯାଇଛି ଏଭଳି କାର୍ଯ୍ୟାନୁଷ୍ଠାନ । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତୀବ୍ର ସମାଲୋଚନା କରିଛନ୍ତି । ବୟକଟ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିଲେ ଅପରାଜିତା । ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନିଶ୍ଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ପଦ ଏବେ ଆଉ ଖାଲି ନାହିଁ, ଇଣ୍ଡିଆ ମେଣ୍ଟ ହତାଶ । ନିଜ ଭବିଷ୍ୟତକୁ ନେଇ ଇଣ୍ଡିଆ ମେଣ୍ଟ ହତୋତ୍ସାହିତ ହୋଇପଡିଛି । ସାମ୍ବାଦିକଙ୍କୁ ଉତ୍ତର ନ ଦେଇପାରି ବୟକଟ କରିବା ଯଥାର୍ଥ ନୁହେଁ ବୋଲି କହିଛନ୍ତି । ଅନବରତ ସତ୍ୟକୁ ସାମ୍ନାକୁ ଆଣୁଥିବା ସାମ୍ବାଦିକଙ୍କ ସ୍ୱତନ୍ତ୍ରତା ରହିବା ଆବଶ୍ୟକ ବୋଲି ଅପରାଜିତା କହିଛନ୍ତି ।