ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୋମବାର ଓସେପା ୱେବସାଇଟରେ ଏହା ପ୍ରକାଶ ପାଇଛି । ଶିକ୍ଷକ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଆସନ୍ତା ୧୩ ତାରିଖରୁ ଓସେପା ୱେବସାଇଟରେ (https://osepa.odisha.gov.in) ଆବେଦନ କରିପାରିବେ । ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ ହେବ ।
ଏହାବ୍ୟତୀତ ଅନ୍ୟ କୌଣସି ପ୍ରକ୍ରିୟାରେ ଆବେଦନ ଗ୍ରହଣୀୟ ନୁହେଁ । କିନ୍ତୁ ଅନଲାଇନରେ ଆବେଦନ ଜନିତ ସମସ୍ୟା ଦେଖାଦେଲେ ଆଶାୟୀମାନେ ହେଲ୍ପଡେସ୍କ ନମ୍ବର: ୭୩୫୩୯୨୭୭୭୯ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ । ଆଶାୟୀମାନେ ଉପଯୁକ୍ତ ଇମେଲ ଆଇଡି ଏବଂ ମୋବାଇଲ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣକରିବେ । ଏହା ପରେ ଆବଶ୍ୟକ ତଥ୍ୟ ଅପଲୋଡ କରିବେ । ତେବେ ଲିଖିତ ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ କରାଯାଇ ପ୍ରାର୍ଥୀ ଚୟନ ହେବ । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।