ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଶୁକ୍ରବାର ୧ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକ ସାମୁହିକ ଛୁଟିରେ ଯିବେ । ରାଜ୍ୟର ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣା ଦେବେ । ଠିକା ବ୍ୟବସ୍ଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଭଳି ତିନି ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ପ୍ରାଥମିକ ଶିକ୍ଷକ ।
କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲରେ ପାଠ ପଢା ବନ୍ଦ ହୋଇପାରେ । ପୂର୍ବରୁ ସଂଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନାହାଁନ୍ତି । ସରକାର ବାରମ୍ବାର ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ପୂରଣ କଲେ ନାହିଁ । ଏଥିପାଇଁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘ ଗୁଡିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ଏହା ଦ୍ୱାରା ପିଲା ମାନଙ୍କ ପାଠପଢା ପ୍ରଭାବିତ ହୋଇପାରେ । ତେବେ ସରକାର ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।