ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଚିଠି ଲେଖିଛନ୍ତି । ଆଗାମୀ ଅଧିବେଶନର ଏଜେଣ୍ଡା ସଂକ୍ରାନ୍ତରେ ସୋନିଆ ଜାଣିବାକୁ ଚାହୁଁଛନ୍ତି । ଏବଂ ୯ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନୁମତି ଦେବାକୁ ସୋନିଆ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଚିଠିରେ ସୋନିଆ ପ୍ରକାଶ କରିଛନ୍ତି, ଆପଣ ସେପ୍ଟେମ୍ବର ୧୮ ତାରିଖରୁ ୫ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ମୁଁ ଏହା କହିବାକୁ ଚାହୁଁଛି ଯେ, ଅନ୍ୟ ରାଜନୈତିକ ଦଳ ସହ କୌଣସି ପରାମର୍ଶ ନକରି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଆମମାନଙ୍କ ମଧ୍ୟରୁ କେହି ବି ଏଜେଣ୍ଡା ସଂକ୍ରାନ୍ତରେ କିଛି ଜାଣିନାହୁଁ । ସେ ୯ଟି ପ୍ରସଙ୍ଗ ତାଲିକାଭୁକ୍ତ କରିଥିବା ପ୍ରସଙ୍ଗ ଗୁଡିକ ହେଉଛି ;
୧. ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ବେକାରୀ ବୃଦ୍ଧି ଆଦି ପ୍ରସଙ୍ଗ
୨. ଚାଷୀ ଏବଂ ଚାଷୀ ସଂଗଠନ ଦ୍ୱାରା ହୋଇଥିବା ବିଭିନ୍ନ ଦାବି ପୂରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି
୩. ଆଦାନି ବିଜନେସ ଗ୍ରୁପ କାରବାରର ଜେପିସି ତଦନ୍ତ ଦାବି
୪. ମଣିପୁର ଲୋକ ଲଗାତାର ଭାବେ ସାମ୍ନା କରୁଥିବା ଜଟିଳ ସ୍ଥିତି ଏବଂ ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡି ପଡିବା ପ୍ରସଙ୍ଗ
୫. ହରିୟାଣା ଭଳି ରାଜ୍ୟମାନଙ୍କରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି
୬. ଚୀନ ଭାରତୀୟ ଅଞ୍ଚଳ ଅକ୍ତିଆର କରିବା ଏବଂ ଲଦାଖ ଓ ଅରୁଣାଚଳପ୍ରଦେଶରେ ଆମ ସୀମା ପ୍ରତି ଚୀନ ପଟୁ ଥିବା ଚ୍ୟାଲେଞ୍ଜ
୭. ଜାତିଗତ ଜନଗଣନାର ଜରୁରୀ ଆବଶ୍ୟକତା
୮. କେନ୍ଦ୍ର-ରାଜ୍ୟ ସମ୍ପର୍କରେ ତିକ୍ତତା
୯. କିଛି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ