ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦିବ୍ୟାଙ୍ଗଙ୍କ ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରୁଟ୍ ଏକ ଅଭିନବ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି। ଏହି ଯୋଜନାରେ ଭୁବନେଶ୍ୱର ସହରରେ ଭିନ୍ନକ୍ଷମଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଥିବା ନୂତନ ଇଲେକ୍ଟ୍ରିକ୍ ବସ ଚଳାଚଳ କରିବ। ଏଥିରେ ସାଧାରଣ ଯାତ୍ରୀ ବି ଯାତାୟାତ କରିବା ବ୍ୟବସ୍ଥା କରାଯିବ।
ଦିବ୍ୟାଙ୍ଗଙ୍କ ପାଇଁ ସାଧାରଣ ସିଟ୍କୁ ଛାଡ଼ି ସ୍ଵତନ୍ତ୍ର ସିଟ୍ ବ୍ୟବସ୍ଥା ରହିବ। ବସରେ ଚଢ଼ିବା ଓ ଓହ୍ଲାଇବା ପାଇଁ ଲିଫ୍ଟ ବ୍ୟବସ୍ଥା କରାଯିବ । ଜଣେ ଦିବ୍ୟାଙ୍ଗ ବିନା ସାହାରାରେ ସିଧାସଳଖ ଭାବେ ବସରେ ଚଢ଼ିପାରିବେ ଏବଂ ଓହ୍ଲାଇ ପାରିବେ। ପୂର୍ବରୁ କ୍ରୁଟ୍ ଚଲାଉଥିବା ବସଗୁଡ଼ିକରେ ଯଦିଓ ଭିନ୍ନକ୍ଷମଙ୍କ ନିମନ୍ତେ ଟିକେଟରେ ରିହାତି ଓ ସ୍ୱତନ୍ତ୍ର ସିଟ୍ ବ୍ୟବସ୍ଥା ରହିଥିଲା ଏହା ଶତ ପ୍ରତିଶତ ସଫଳ ହେଉ ନ ଥିଲା ।
କୁଟ୍ର ଅପରେସନ୍ ହେଡ୍ ସଞ୍ଜୟ ବିଶ୍ଵାଳ ସୂଚନା ଦେଇଛନ୍ତି ବାହାର ରାଜ୍ୟ ଭଳି ଏଣିକି ଓଡ଼ିଶାରେ ମଧ୍ୟ ସ୍ଵତନ୍ତ୍ର ଲିଫ୍ ବ୍ୟବସ୍ଥା ଥିବା ‘ଲୋ ସ୍କୋର୍ ବସ୍ ଚଳାଚଳ କରାଯିବ ।