ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ । ଯୋଗ୍ୟ ହିତାଧିକାରୀ ପାଇପାରୁନାହାଁନ୍ତି ସୁବିଧା । ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ହିତାଧିକାରୀ ବାଦ ପଡୁଛନ୍ତି । ଏନେଇ ବାଲେଶ୍ୱର ଠାରେ ହିତାଧିକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସଦର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରକାଶ ପାଇଛି । ହେଲେ ତାଲିକାରୁ ସଦର ବ୍ଲକ ଛାନୂଆ ପଞ୍ଚାୟତର ୱାର୍ଡ ନମ୍ବର ୧, ୨ଓ ୩ରେ ଥିବା ହିତାଧିକାରୀଙ୍କ ନାମ କାଟିଦିଆଯାଇଛି । ଏଭଳି କାର୍ଯ୍ୟ ରାଜନୈତିକ ଉଦ୍ଦେଶ୍ୟରେ ହୋଇଥିବା ଅଭିଯୋଗ କରାଯାଇଛି । ଏଥିପାଇଁ ଶତାଧିକ ମହିଳା ଏବଂ ହିତାଧିକାରୀ ସେମାନଙ୍କ ଅଧିକାର ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରି ପୁଣିଥରେ ଏହି ତାଲିକା ପ୍ରକାଶ କରାଯାଉ ବୋଲି ଦାବି କରିଛନ୍ତି ।