ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିଜୁଳିରେ ଥରିଲା ରାଜଧାନୀ ଭୁବନେଶ୍ୱର । ଘଣ୍ଟାଏରେ ମାରିଛି ୪୨ ହଜାରରୁ ଅଧିକ ବିଜୁଳି । ଯଦିଓ କେହି ମୃତାହତ ହୋଇନାହାଁନ୍ତି ତଥାପି ଜନସମାଜ ଭୟଭୀତ । ଆଜି ଅପରାହ୍ନ ୨ଟା ବେଳେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଝିପଝିପ ବର୍ଷା ହୋଇ ବିଜୁଳି ଓ ଘଡଘଡି ମାରିବା ଦେଖାଯାଇଥିଲା । ପରେ ପ୍ରବଳ ମାତ୍ରାରେ ଦେଢ ଘଣ୍ଟା ବର୍ଷା ହୋଇ ରାଜଧାନୀରେ ସୃଷ୍ଟି ହେଲା କୃତ୍ରିମ ବନ୍ୟା । ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ଆଜି ୧୨୬ ମିଲିମିଟର ବର୍ଷା ହୋଇଛି । ଜଳାର୍ଣ୍ଣବ ହୋଇପଡିଛି ରାଜଧାନୀର ରାସ୍ତାଘାଟ । ତେବେ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ଆଗ, ଳକ୍ଷ୍ମୀସାଗର, ଓଲଡଟାଉନ, ନୟାପଲ୍ଲୀ ପ୍ରମୁଖ ଅଞ୍ଚଳରେ ବର୍ଷାପାଣି ଜମି ରହିଛି ।