ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସଫଳ ହୋଇଯାଇଛି ଚନ୍ଦ୍ର ଅଭିଯାନ ଏବେ ଆରମ୍ଭ ହେଲା ସୂର୍ଯ୍ୟ ଅଭିଯାନ । ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଇସ୍ରୋ ଆଦିତ୍ୟ ଏଲ– ୧ ପ୍ରେରଣ କରିଛି । ଆଦିତ୍ୟ ଏଲ- ୧କୁ ନେଇ ପିଏସଏଲଭି ଏକ୍ସଏଲ ରକେଟ ଅହାକାଶକୁ ଯାତ୍ରା କରିଛି । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଦିତ୍ୟଏଲ-୧ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟର ସ୍ଥାପନ କରିବ ।
ଯାହା ଇସ୍ରୋ ପାଇଁ ଏକ ଜଟିଳ କାର୍ଯ୍ୟ । କାରଣ ହାଲୋ ଅରବିଟରରେ ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଓ ସୂର୍ଯ୍ୟର ଆକର୍ଷଶ ଶକ୍ତି ଆରମ୍ଭ ହେଉଛି । ଏଠାରେ ଯେକୌଣସି ଛୋଟ ବସ୍ତୁକୁ ଦୀର୍ଘ ସମୟ ରଖାଯାଇପାରିବ ।ତେବେ ସୌର ଯାନର ଗତିକୁ ନିୟନ୍ତ୍ରଣ କରାନଗଲେ ତାହା ସିଧାସଳଖ ସୁର୍ଯ୍ୟ ଅଭିମୁଖେ ଚାଲିଯିବାର ଆଶଙ୍କା ଅଛି । ହାଲୋ ଅରବିଟରରେ ସୂର୍ଯ୍ୟ ଯାନକୁ ସ୍ଥାପନ କରି ଭାରତ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବ । ଆଦିତ୍ୟ ଏଲ-୧ ରେ ମୋଟ ୭ଟି ପେଲେଡ ଅଛି । ଏହି ସୌରଯାନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି ।