ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆସନ୍ତା ୧୮ ରୁ ୨୨ ସେପ୍ଟେମ୍ବର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି , କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହା ଟୁଇଟ କରିଛନ୍ତି । ଏହି ଅମୃତ କାଲରେ କିଛି ଅର୍ଥପୂର୍ଣ୍ଣ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଏଠାରେ ୫ଟି ବୈଠକ ହେବ । ସୂଚନାନୁସାରେ, ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ ହେବ । ବିଲ ଯୋଗୁଁ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉଛି । ସଂସଦର ଏହି ଅଧିବେଶନ ସମ୍ପର୍କରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ । ତେବେ ସେପ୍ଟେମ୍ବର ୯ ଏବଂ ୧୦ରେ ଜାତୀୟ ରାଜଧାନୀରେ ଜି-୨୦ ଶିଖର ବୈଠକର କିଛି ଦିନ ପରେ ଏହି ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି ।