ସନଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ରାପଡା : କୁମ୍ଭୀର ଆଉ ଜଣଙ୍କୁ ନଦୀକୁ ପୁଣି ଟାଣି ନେଲା । ନଦୀ କୂଳରେ ମଇଁଷି ଚରାଉଥିବାବେଳେ ଘଟିଛି ଏଭଳି ଘଟଣା । ଗତ ଦୁଇ ଦିନ ତଳେ କେନ୍ଦ୍ରାପଡା ରାଜନଗରରେ ବିଳମ୍ବିତ ରାତିରେ ଏକ ବଉଳା କୁମ୍ଭୀର ଦେଖିବାକୁ ମିଳିଥିଲା । ଆଜି ରାଜନଗର ବ୍ଲକ ରାଜପୁର ଗ୍ରାମର ଭାସ୍କର ରାଉତଙ୍କୁ ଟାଣିନେଲା କୁମ୍ଭୀର । ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏଯାବତ ବନ ବିଭାଗ ଓ ଦମକଳ ବାହିନୀ ଖୋଜା ଖୋଜି ଜାରି ରଖିଛନ୍ତି ।