ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସବୁ ବ୍ଲକରେ ନିର୍ମାଣ କରାଯାଉଛି ଅତ୍ୟାଧୁନିକ ବସ ଷ୍ଟାଣ୍ଡ । ଗ୍ରାମାଞ୍ଚଳରେ ଗମନାଗମନ ସୁଦୃଢ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଏନେଇ ବୁଧବାର ରାଜ୍ୟର ୧୩ଟି ଜିଲ୍ଲାର ୨୧ଟି ବ୍ଲକରେ ‘ଆମ ବସଷ୍ଟାଣ୍ଡ’କୁ ଭର୍ଚ୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏଥି ସହ ୨୬ଟି ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ୧୨୪ଟି ବସଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କରିବେ ।
ରାଜ୍ୟର ସମସ୍ତ ବ୍ଲକରେ ‘ଆମ ବସଷ୍ଟାଣ୍ଡ’ ନିର୍ମାଣ ହେବାର ଯୋଜନା ରହିଥିବା ଓଏସ୍ଆର୍ଟିସି ପକ୍ଷରୁ ସୂଚନା ମିଳିଛି । ଆଜି ଝାରସୁଗୁଡାର କୋଲାବିରା, କନ୍ଧମାଳର ଟିକାବାଲି, ଘଟଗାଁ ତେଲକୋଇ, ବୌଦ୍ଧର କଣ୍ଟାମାଳ, ପୁରୀରେ କାକଟପୁର, ଗଜପତିର ଆର. ଉଦୟଗିରି ଓ ଗୁମ୍ମା, ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା, ଲୋଇସିଂହା , କେନ୍ଦ୍ରାପଡାର ମାର୍ଶାଘାଇ, ଆଳି ଓ ଗରଦପୁର, କେନ୍ଦୁଝରରେ ଘଷିପୁରା, ମୟୁରଭଞ୍ଜର ବେତନଟୀ, , କୋରାପୁଟର କୋଟପାଡ, ନବରଙ୍ଗପୁରର କୋସାଗୁମୁହା, ଡାବୁଗାଁ, ନୟାଗଡର ଗଣିଆଁ, ସୁବର୍ଣ୍ଣପୁରରେ ବିନି୍କା ଓ ଉଲୁଣ୍ଡା ବ୍ଳକରେ ନିର୍ମାଣ ହୋଇଥିବା ‘ଆମ ବସଷ୍ଟାଣ୍ଡ’ ଉଦଘାଟନ ହେବ । ଗତ କିଛି ଦିନ ତଳେ ମଧ୍ୟ ଧର୍ମଗଡ ଓ ଜୁନାଗଡଠାରେ ବସଷ୍ଟାଣ୍ଡର ଉଦଘାଟନ ହୋଇଥିଲା ।
ଅନ୍ୟ ପଟେ ଯେଉଁ ୨୬ଟି ବସଷ୍ଟାଣ୍ଡର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ ସେସବୁର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଓଏସ୍ଆର୍ଟିସି ପକ୍ଷରୁ କୁହାଯାଇଛି ଯେ, ଦେବଗଡକୁ ଛାଡି ସବୁ ଜିଲ୍ଲାରେ ବସଷ୍ଟାଣ୍ଡ ପାଇଁ ଜମି ଅଧିଗ୍ରହଣ ହୋଇସାରିଥିବାରୁ ଯଥା ଶୀଘ୍ର କାମ ଆରମ୍ଭ ହେବ । ଏହା ପରେ ରାଜ୍ୟର ବାକି ବ୍ଳକରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ ବେଲି ନିଷ୍ପତ୍ତି ନିଆଯାଇଛି ।