ସନ୍ଷ୍ଟାର ଟିଭି ବ୍ୟୁରୋ
ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ବାରା ଜାରି ଏକ ବିବୃତ୍ତି ଅନୁଯାୟୀ “ଡିଜିଟାଲ୍ ପ୍ଲାଟଫର୍ମ କୋ-ୱାଇନ୍ ଆପ୍ଲିକେସନ୍ ଏବଂ ଡ୍ୟାସବୋର୍ଡ ସମଗ୍ର ଟିକାକରଣ ପ୍ରକ୍ରିୟା ଉପରେ ନଜର ରଖିବାରେ ସାହାଯ୍ୟ କରିବ ।
କୋ-ୱିନ୍ ଆପ୍ରେ ଥିବା ‘ଆଡ୍ମିନ୍ଷ୍ଟ୍ରେସନ୍ ମଡ୍ୟୁଲୋ’ ସାହାଯ୍ୟରେ ଆଡ୍ମିନ୍ଷ୍ଟେ୍ଟର୍ ଟିକାକରଣ ଅଧିବେଶନ ଆରମ୍ଭ କରିପାରିବେ। ସେଥିରେ ରହିଥିବା ‘ଭ୍ୟାକ୍ସିନେଟ୍ ମଡ୍ୟୁଲୋ’ ଜରିଆରେ ହିତାଧିକାରୀମାନଙ୍କ ବିବରଣୀ ଯାଞ୍ଚ କରିବାରେ ସହାୟକ ହେବ। ଆପ୍ରେ ରହିଥିବା ‘ବେନିଫିସିଆରି ଆକ୍ନଲେଜ୍ମେଣ୍ଟ୍ ମଡ୍ୟୁଲୋ’ ଜରିଆରେ ହିତାଧିକାରୀ ଏସ୍ଏମ୍ଏସ୍ ପାଇପାରିବେ। ଏହଛଡ଼ା ଟିକା ନେଇସାରିବା ପରେ ହିତାଧିକାରୀଙ୍କ ସକାଶେ ଏକ କ୍ୟୁଆର୍ ଆଧାରିତ ପ୍ରମାଣପତ୍ର ମଧ୍ୟ ସୃଷ୍ଟି ହେବ। ସେଥିରେ ରହିଥିବା ‘ରିପୋର୍ଟ ମଡ୍ୟୁଲୋ’ ସହାଯ୍ୟରେ କେତେ ଥର ଟିକାକରଣ ଅଧିବେଶନ ହୋଇ ସାରିଲାଣି ସେ ତଥ୍ୟ ମଧ୍ୟ ମିଳିପାରିବ। କେବଳ ସେତିକି ନୁହେଁ, କୋ-ୱିନ୍ ମୋବାଇଲ୍ ଆପ୍ ଦ୍ବାରା ହୀତାଧିକାରୀମମାନଙ୍କର ଶରୀରର ତାପମାତ୍ରା କେତେ ଅଛି ତାହା ମଧ୍ୟ ଜାଣିହେବ।