ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା ଓ କଲମାର ଗେଟ୍ ଖୋଲିବା ଯୋଗୁ ମହାନଦୀରେ ହୀରାକୁଦକୁ ଆସୁଛି ଅଧିକ ପାଣି । ଜଳଭଣ୍ଡାର ପତନ ଏବେ ୬୦୫.୫୪ ଫୁଟ୍ ରହିଛି । ଫଳରେ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଛଡ଼ାଯାଉଛି ଅଧିକ ପାଣି । ଯାହା ଦ୍ୱାରା ଜଳ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି । ମେ’ ଓ ଜୁନ୍ ମାସରେ ଜଳ ଅଭାବରୁ ବିଦ୍ୟୁତ୍ ଉତ୍ପାଦନ କମିଥିଲା ।
ଅଣମୌସୁମୀ ସମୟରେ ଖରାଦିନେ ହାରାହାରି ଦୈନିକ ୬୨ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । ହେଲେ ଜୁନ୍ ୨୬ ପରେ ବଢିଛି ରେକର୍ଡ ସଂଖ୍ୟକ ବିଦ୍ୟୁତ୍ ଉତ୍ପାଦନ । ଜୁନ୍ ୨୫ରେ ମାତ୍ର ୪ ହଜାର କ୍ୟୁସେକ୍ ପାଣି ଆସିଥିବା ବେଳେ ଜୁନ୍ ୨୬ରେ ୪୪ ହଜାର ୨୨୫ କ୍ୟୁସେକ୍ ପାଣି ଆସିଥିଲା । ଏହା ପରେ ପର୍ଯ୍ୟାୟକ୍ରମେ ହୀରାକୁଦକୁ ୧ ଲକ୍ଷ ୨୩ ହଜାର କ୍ୟୁସେକ୍ ପାଣି ଆସିଥିଲା । ଯାହା ଫଳରେ ରେକର୍ଡ ସଂଖ୍ୟକ ବିଦ୍ୟୁତ ଉତ୍ପାଦ ହୋଇଛି ।
ତଥ୍ୟ ଅନୁସାରେ
-
ଜୁନ୍ ୨୫ରେ ୫୧. ୯୫୮ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ
-
ଜୁନ୍ ୨୬ରେ ବିଦ୍ୟୁତ୍ ଉତ୍ପାଦନ ବଢି ୭୬.୫୩ ମେଗାୱାଟ୍ରେ ପହଂଚିଲା
-
ଜୁନ୍ ୨୭ରେ ୬୮.୧, ଜୁନ୍ ୨୮ରେ ୧୨୫ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ
-
ଜୁନ୍ ୨୯ରେ ୧୪୬.୬୬, ୩୦ରେ ୧୪୦.୧୬ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ
-
ଜୁଲାଇ ୧ରେ ୧୭୧.୪୫, ଜୁଲାଇ ୨ରେ ୧୯୮.୫୩ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ
-
ଜୁଲାଇ ୩ରେ ୨୦୮.୩୪ ଓ ଜୁଲାଇ ୪ରେ ୨୦୬ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ