ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ସାଧାରଣ ନିର୍ଦ୍ଦେଶକ ବଳରାମ ଭାର୍ଗବ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଏବେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଆଇସିଏମ୍ଆର୍ ର ସୂଚନା ଅନୁସାରେ ତାଙ୍କୁ ଏବେ ଏମ୍ସର ଟ୍ରୋମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କୁ ଏବେ ୫୯ ବର୍ଷ ହୋଇଛି । ତାଙ୍କ ସ୍ଵାସ୍ଥ୍ୟ ସମ୍ଵନ୍ଧରେ ଅନ୍ୟ କୌଣସି ତଥ୍ୟ ମିଳିପାରିନାହିଁ ।
ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ କରୋନାଭାଇରସ୍ ସମ୍ବନ୍ଧୀୟ ସମସ୍ତ ବିଷୟ ତାଙ୍କ ତତ୍ତ୍ବାବଧାନରେ ରହିଛି । ଏବେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଦାୟିତ୍ବ କିଏ ସମ୍ଭାଳିବେ ସେ ବିଷୟରେ କୌଣସି ସୂଚନା ମିଳିନାହିଁ ।