ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ର ଜଣକ ପରେ ଜଣେ ବଡ ବଡ କଳାକାର ଡ୍ରଗ୍ସ ମାମଲାରେ ଛନ୍ଦି ହେଉଛନ୍ତି । ଆଜି ଏନ୍ସିବି ( ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ) ବଲିଉଡ୍ ଜଗତର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ନୋଟିସ ଜାରି କରିଛି । ତେବେ ଏହାର ଉତ୍ତର ମଧ୍ୟ ରଖିଛନ୍ତି କରଣ ଜୋହର । ସେ କହିଛନ୍ତି ଯେ ପୂର୍ବ ବର୍ଷ ତାଙ୍କ ଘରେ ହୋଇଥିବା ପାର୍ଟିରେ କୌଣସି ପ୍ରକାର ଡ୍ରଗ୍ସର ବ୍ୟବହାର କରାହୋଇନାହିଁ ।
ଏକ ଡ୍ରଗ୍ସ ନିରୋଧକ ସଂସ୍ଥାର ଭାଇରାଲ ଭିଡିଓକୁ ଦେଖି ଏନ୍ସିବି କରଣ ଜୋହରଙ୍କୁ ନୋଟିସ ଜାରି କରିଥିଲେ । ସେହି ଭିଡିଓରେ କରଣ ଜୋହରଙ୍କ ଘରେ ହେଉଥିବା ଏକ ପାର୍ଟିରେ ସେ ଡ୍ରଗ୍ସ ଆଣିବା କଥା କହୁଥିଲେ ।
ତେବେ ଏହି ଡ୍ରଗ୍ସ ମାମଲାରେ ବଲିଉଡ ଜଗତର ରିଆ ଚକ୍ରବୋର୍ତ୍ତୀ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ଦିପିକା ପାଦୁକୋନ, ଅର୍ଜୁନ ରାମପାଲ, ରକୁଲ୍ ପ୍ରୀତ୍ ଭଳି ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ ମାନେ ଫସିଛନ୍ତି ।