ସନଷ୍ଟାର ଟିଭି ବ୍ୟୁରୋ
ନିମାପଡ଼ା : ନିମାପଡ଼ା ଅଞ୍ଚଳରେ ଦିନକୁ ଦିନ ଚୋରା ନିଶା ବ୍ୟବସାୟୀ ଙ୍କ ଉପଦ୍ରଵ ବଢ଼ି ଚାଲିଥିବା ବେଳେ ପୋଲିସ ହାତରେ ପୁଣି ଲାଗିଚି ୨ଜଣ ମାଷ୍ଟର ମାଇଣ୍ଡ।ବହୁ ଦିନ ହେବ ପୋଲିସର ନଜର ଏହି ୩ଜଣ ବେପାରୀଙ୍କ ଉପରେ ରହି ଆସୁଥିବା ବେଳେ ଗତ କାଲି ମଧ୍ୟ ରାତ୍ରୀରେ ନିମାପଡ଼ା ଆଇଆଇସି ଶଙ୍କର୍ଷଣ ଦଳାଇ ଓ ପୁରୀର ସ୍ପେସିଆଲ ଟାସ୍କ ଫୋର୍ସ ମିଳିତ ପ୍ରୟାସରେ ଏକ ଟିମ୍ ନିମାପଡ଼ା ସ୍ଥିତ ରେଞ୍ଚ ଶାସନରେ ଚଢ଼ାଉ କରି ୩ଜଣ ଚୋରା ବେପାରୀଙ୍କ କାବୁ କରି ୫୫ଗ୍ରାମ ବ୍ରାଉନ ସୁଗାର ସହିତ ୪ଟି ମୋବାଇଲ ଓ ଗୋଟେ ମୋଟର ସାଇକେଲ ଜବତ କରିଛି।ଏହି ତିନି ଜଣ ହେଉଛନ୍ତି ଶାନ୍ତିଲତା ଜେନା ସହିତ ସେହି ଗ୍ରାମର କାହ୍ନା ଭୋଇ ଓ ଆଉ ଜଣେ ନା ବାଳକକୁ ଗିରଫ କରିଥିବା ଆଜି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ ଦ୍ଵାରା ସୂଚନା ଦେଇଛି।ଏହି ସାମ୍ବାଦିକ ସମ୍ମିଳନୀ ରେ ନିମାପଡ଼ା ଏଡିପିଓ ଦେବାଶିଷ ମିଶ୍ର ଓ ନିମାପଡ଼ା ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ଉପସ୍ଥିତ ଥିଲେ।ପୋଲିସ ଏକ ୨୦୯/୨୩ ରେ ଏକ ମାମଲା ରୁଜୁ କରି ଚୋରା ବେପାରୀଙ୍କୁ କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ସବ ଜେଲ କୁ ପଠାଇ ଦିଆ ଯାଇଛି |