ସନ୍ଷ୍ଟାର ଟିଭି ବ୍ୟୁରୋ
ରୋଗପ୍ରତିରୋଧକ ବଢ଼ାଇବାରେ ହଳଦୀ ଯେତିକି ସହାୟକ ହୋଇଥାଏ, ସେତିକି ଆମ କେଶ ଓ ତ୍ବଚାକୁ ମଧ୍ୟ ପୋଷଣ ଯୋଗାଇଥାଏ। ପ୍ରାଚୀନ ସମୟରୁ ହିଁ ଭାରତୀୟ ମହିଳାମାନେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ହଳଦୀ ବ୍ୟବହାର କରୁଛନ୍ତି। ଆଜିପର୍ଯ୍ୟନ୍ତ ହଳଦୀର ଆଦର କମିନାହିଁ, ଅନେକ ବିଉଟିସିଆନ୍ ମାନଙ୍କ ମତରେ ପ୍ରତିଦିନ ବେସନ-ହଳଦୀ-ଦହି ପ୍ୟାକ୍ ଲଗାଇବା ତ୍ବଚା ପାଇଁ ଭଲ।
– ଶୁଷ୍କ ତ୍ବଚା କିମ୍ବା ତୈଳୀୟ ତ୍ବଚାରେ ହଳଦୀ ପ୍ୟାକ୍ ଭଲଭାବେ ପ୍ରଭାବ ଦେଖାଏ। ୧ବଡ଼ ଚାମଚ ଦହି, ଚିମୁଟାଏ ହଳଦୀ, ଅଧ ଚାମଚ ବେସନ, ଫାଳେ ଲେମ୍ବୁ ରସକୁ ମିଶାଇ ତ୍ବଚାରେ ପ୍ୟାକ୍ ଭଳି ଲଗାଇବେ। ୧୫ ମିନିଟ୍ ପରେ ତ୍ବଚାକୁ ଭଲରେ ମାଲିସ୍ କରି ଧୋଇବେ। ଏହା ଦାଗ, ବ୍ରଣ ଦୂର କରିବା ସହ ତ୍ବଚାରେ ଏଇ ପ୍ୟାକ୍ ଚମକ ଆଣେ।
– ଅଲିଭ ତେଲ ଅଧ ଚାମଚରେ ଚିମୁଟାଏ ହଳଦୀ ମିଶାଇ ମୁହଁରେ ଲଗାଇବେ। ଶୁଖିବା ପରେ ହାତ ଓଦା କରି ମୁହଁକୁ ମାଲିସ୍ କରନ୍ତୁ। ଏଇ ପ୍ୟାକ୍ ସପ୍ତାହକୁ ଥରେ ଲଗାଇବେ। ମୁହଁର ରଙ୍ଗ ସଫା କରିବା ପାଇଁ ଏଇ ପ୍ୟାକ୍ ଲଗାନ୍ତୁ।
– ହଳଦୀ ଅଧ ଚାମଚ, କଞ୍ଚା ଖିର ୨ ଚାମଚ, ମୁଲତାନି ମାଟି ମିଶାଇ ତ୍ବଚାରେ ଲଗାନ୍ତୁ । ଏବଂ ଲଗାଇବାର ୧୦ ମିନିଟ୍ ପରେ ନୁହଁକୁ ଧୋଇନେବେ। ସନ୍-ଟ୍ୟାନ୍ ଦୂର କରିବାରେ ଏହି ପ୍ୟାକ୍ ଉତ୍ତମ କାମ କରେ।