ସନଷ୍ଟାର ଟିଭି ବ୍ୟୁରୋ
ନିମାପଡା : ଓଡିଶାବାସୀଙ୍କର ଯାତାୟତରେ କୌଣସି ପ୍ରକାରର ଯେପରି ଅସୁବିଧା ନ ହୁଏ ସେଥିଲାଗି ସରକାର ବିଭିନ୍ନ ପ୍ରକାରର ଉଦ୍ୟମ ଚଳାଉଛନ୍ତି । ଏଥି ମଧ୍ୟରେ ମୋ ବସ ସେବା ଅନ୍ୟତମ । ଯେଉଁଥିରେ ଜଣେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଲୋକମାନଙ୍କୁ ମଧ୍ୟ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଏ । କିନ୍ତୁ କିଛି ଦିନ ହେବ ମୋ ବସକୁ ନେଇ ଅନେକ ପ୍ରକାରର ଘଟଣା ସାମ୍ନାକୁ ଆସୁଛି ।
ତେବେ ଗତକାଲି ମଧ୍ୟ ମୋ ବସ ଡ୍ରାଇଭରଙ୍କୁ କିଛି ଲୋକ ଆକ୍ରମଣ କରିଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ ରୁ କୋଣାର୍କ ଭୟା ନିମାପଡ଼ା ଯାତାୟାତ କରୁଥିବା ୭୧ନଂ ମୋ ବସ ଗତକାଲି ଅଟୋ ଡ୍ରାଇଭରଙ୍କ ଆକ୍ରମଣର ଶିକାର ହେଇଛନ୍ତି। ସୂଚନା ଅନୁଯାୟୀ ଆଜି ୭୧ନଂ ମୋ ବସ ନିମାପଡ଼ା ରୁ କୋଣାର୍କ ଯାଉଥିବା ବେଳେ ଧିରପୂର୍ ଛକରେ ଯାତ୍ରୀ ଉଠାଉଥିବା ବେଳେ ଗୋଟିଏ ଅଟୋ ସେଠାରେ ପହଞ୍ଚି ଥିଲା। ମୋ ବସ ଦେଖିବା ମାତ୍ରେ ସେହି ଅଟୋ ରୁ ୩ଜଣ ଯୁବକ ଓହ୍ଲାଇ ଏଠାରେ କାହିଁକି ଷ୍ଟପେଜ୍ କରି ଯାତ୍ରୀ ଉଠାଉଛ ବୋଲି ଡ୍ରାଇଭରକୁ ପ୍ରଶ୍ନ କରିଥିଲେ। ତେବେ ମୋ ବସ ଚାଳକ କିଛି କହିବା ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା ନକରି ଇଟାରେ ବସର ଆଗ କାଚକୁ ଭାଙ୍ଗିବା ସହ ୱାଇପର ମଧ୍ୟ ଭଙ୍ଗାରୁଜା କରିଥିଲେ।
ଡ୍ରାଇଭର ଏହାର ବିରୋଧ କରିବାରୁ ତାଙ୍କୁ ଗାଡିରୁ ଭିଡ଼ି ଆଣି ତଳେ ପକାଇ ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ। ଉପସ୍ଥିତ ଅନ୍ୟମାନଙ୍କ ଦ୍ଵାରା ଡ୍ରାଇଭର ଉଦ୍ଧାର ହୋଇଥିବା ବେଳେ ମୁଁହ ରେ ଗଭୀର କ୍ଷତ ହୋଇଛି ।
କିନ୍ତୁ ମୋ ବସ ଡ୍ରାଇଭର ନିଜର କର୍ତ୍ତବ୍ୟକୁ ଭୁଲି ଯାଇ ନଥିଲେ । ଗଭୀର କ୍ଷତ ହୋଇଥିଲେ ମଧ୍ୟ ସେ ବସରେ ଥିବା ସମସ୍ତ ଯାତ୍ରୀ ମାନଙ୍କୁ ତାଙ୍କର ଗନ୍ତବ୍ୟସ୍ଥଳ ଅର୍ଥାତ କୋଣାର୍କରେ ଛାଡ଼ି ଥିଲେ । ଏହାପରେ ସେ ନିମାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଅଞ୍ଚଳରେ ଏମିତି ଘଟଣା ବାରମ୍ବାର ଘଟୁଥିବାର ମଧ୍ୟ ସୂଚନା ମିଳିଛି ।