ସନଷ୍ଟାର ଟିଭି ବ୍ୟୁରୋ
କଟକ : କିଟ୍ ପକ୍ଷରୁ ସତ୍ୟଭାମାପୁର କସ୍ତୁରବା ଗାନ୍ଧୀ ନ୍ୟାସ୍ନାଲ୍ ମେମୋରିଆଲ୍ ଟ୍ରଷ୍ଟ ଛାତ୍ରୀଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଇଛି । ମେ ୧୭ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କସ୍ତୁରବା ଟ୍ରଷ୍ଟ ପରିଦର୍ଶନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ଛାତ୍ରୀମାନ ଙ୍କୁ ବିନାଦେୟରେ କିଟ୍ ରେ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ । ଆଜି ଏହି ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା .। ପହିଲି ରଜ ରେ ଶ୍ରି ସାମନ୍ତ ଯୋଗ ଦେଇ ରଜ ପାଳନ କରିବା ସହିତ ଏଠାରେ ଟ୍ରଷ୍ଟ ମ୍ୟାଟ୍ରିକ୍ ପାସ୍ କରିଥିବା ୩ଜଣ ଛାତ୍ରୀଙ୍କୁ କିଟ୍ ପଲିଟେକ୍ନିକ୍ରେ ନାମ ଲେଖାଇବା ପାଇଁ ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଏହି ଛାତ୍ରୀମାନେ କିଟ୍ ରେ ଡିପ୍ଲୋମା ପାଠ୍ୟକ୍ରମ ପଢ଼ିବେ । ଏଥିପାଇଁ ସମସ୍ତ ଖର୍ଚ୍ଚ କିଟ୍ ବହନ କରିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଭବିଷ୍ୟତରେ ପାଠ ପଢ଼ିବା ପାଇଁ ଆବଶ୍ୟକ ସହାୟତା ମଧ୍ୟ କିଟ୍ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ କସ୍ତୁରବା ଗାନ୍ଧୀ ନ୍ୟାସ୍ନାଲ୍ ମେମୋରିଆଲ୍ ଟ୍ରଷ୍ଟର ସମ୍ପାଦକ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କିଟ୍ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି |