ସନଷ୍ଟାର ଟିଭି ବ୍ୟୁରୋ
ଭଦ୍ରକ : ୨ ଦିନିଆ ଭଦ୍ରକ ଗସ୍ତରେ ଆସିଥିବା 5T ସଚିବ ଆଜି ଚାନ୍ଦବାଲି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି l ପ୍ରଥମେ ଧାମରା – ଚାନ୍ଦବାଲି କୁ ସଂଯୋଗ କରୁଥିବା ମନ୍ତେଇ ନଦୀର ବାଂଶଡା ସେତୁ ପରିଦର୍ଶନ କରିଥିଲେ l ଏହି ସେତୁ ଲୋକଙ୍କ ଜୀବନ ରେଖା ପରିବର୍ତ୍ତନ କରିବ ବୋଲି କହିଥିଲେ 5T ସଚିବ l ପରେ ଚାନ୍ଦବାଲି ଶାସ୍ତ୍ରୀ ଘାଟରେ ବୈତରଣୀ ନଦୀର କଡେ କଡେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି ଦେଖିଥିଲେ l ସେଠାରୁ ନାବିକ ପ୍ରଶିକ୍ଷଣ କେନ୍ଦ୍ର ଯାଇ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ l ଖୁବ ଶୀଘ୍ର ନାବିକ ପ୍ରଶିକ୍ଷଣ କେନ୍ଦ୍ର ନୂଆ ରୂପ ପାଇବ ବୋଲି ପ୍ରକାଶ କରିଥିଲେ 5T ସଚିବ l ପରେ ବ୍ଲକ ସମ୍ମୁଖରେ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ l ସେଠାରୁ କାଳୀ ପଡିଆ ଯାଇ ମା ଦକ୍ଷିଣେଶ୍ବରୀ କାଳୀଙ୍କ ପାଖରେ ପୂଜାର୍ଚନା କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ l ଓଡ଼ିଶାର ବିକାଶରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ରୋଲ ମଡେଲ କରୁଛନ୍ତି l ତେଣୁ ମହିଳା ମାନେ ନିଷ୍ଠାର ସହ ଏହି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ 5T ସଚିବ l ପରେ ସରକାର ଙ୍କ ଏକ ବଡ଼ ପ୍ରୋଜେକ୍ଟ ମେଗା ପାଇପ ଲାଇନ କାର୍ଯ୍ୟର ସମୀକ୍ଷା କରିଥିଲେ l ମେଗା ପ୍ରୋଜେକ୍ଟ ରେ ଚାନ୍ଦବାଲି ଏନଏସି ବାଦ ପଡ଼ିଥିଲା ହେଲେ ଏନଏସି ବାସିନ୍ଦା ଏହି ପ୍ରୋଜେକ୍ଟ ରେ ସାମିଲ ହେବେ ବୋଲି କହିଥିଲେ 5T ସଚିବ l ତାସହ କିଛି ଲୋକଙ୍କ ଠାରୁ ମଧ୍ୟ କିଛି ଅଭିଯୋଗ ଗ୍ରହଣ କରିଥିଲେ l ୭ ଦିନ ଭିତରେ ଚାନ୍ଦବାଲି ବାସୀ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଖୁସି ଖବର ପାଇବେ ବୋଲି କହିଥିଲେ l 5T ସଚିବ ଙ୍କ ଗସ୍ତ ସମୟରେ ଜିଲ୍ଲାପାଳ, ଏସପି ଙ୍କ ସମେତ ଚାନ୍ଦବାଲି ବ୍ଲକ, ତହସିଲ ଓ ଏନଏସି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l
ରିପୋର୍ଟ – ପ୍ରଶାନ୍ତ କୁମାର ପାଣି, ଚାନ୍ଦବାଲି