ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆସନ୍ତା ୨୩ ରୁ ଖୋଲିବାକୁ ଯାଉଛି ପୁରୀ ଶ୍ରୀମନ୍ଦିର । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ । ତେବେ ମନ୍ଦିର ଖୋଲିବାର ପ୍ରଥମ ୨ ଦିନ କେବଳ ମନ୍ଦିରର ସେବାୟତଙ୍କ ପରିବାର ଭଗବାନଙ୍କ ଦର୍ଶନ କରିପାରିବେ । ଏହା ପରେ ପୁରୀ ବାସିନ୍ଦା ୩୧ ଯାଏ ଦର୍ଶନ କରିପାରିବେ । ଜାନୁଆରୀ ୩ ତାରିଖରୁ ସମସ୍ତ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇପାରିବେ । ତେବେ ସମସ୍ତ କୋଭିଡ ନିୟମକୁ ପାଳନ କରି ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।