ସନଷ୍ଟାର ଟିଭି ବ୍ୟୁରୋ
- କରମଣ୍ଡଳର କରାଳ ଚିତ୍ର
- ଦୁର୍ଘଟଣାରରେ କିଏ ଦାୟୀ ସେ ନେଇ ମୁଁହ ଖୋଲୁନାହାନ୍ତି ରେଳ ମନ୍ତ୍ରୀ
- ୭୨ ଘଣ୍ଟା ପରେ ଆଜିବି ପୁଅର ଶବକୁ ଡାକ୍ତରଖାନାରେ ବୁଲି ବୁଲି ଖୋଜୁଛି ବାପା
ତେବେ ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାକୁ ୭୨ ଘଣ୍ଟା ବିତିଯାଇଥିଲେ ବେଳେ ଆଜି ସ୍ଥିତି ସମ୍ପୂର୍ଣ ସ୍ୱାଭାବିକ ହୋଇଛି | ଗତକାଲି ରାତିରେ ପରୀକ୍ଷା ମୂଳକ ଭାବେ ମାଲବାହି ଟ୍ରେନ ଗଡ଼ିବା ପରେ ଆଜି ଯାତ୍ରୀବାହୀ ଟ୍ରେନ ଗଡ଼ିବା ସହ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଗଡିଛି | ତେବେ ଗତକାଲି ରେଳ ମନ୍ତ୍ରୀ ଗଣମାଧ୍ୟମ କୁ ଜଣାଇଥିଲେ ଯେ ଦୁର୍ଘଟଣା ର ମୁଖ୍ୟ ଅଭିଯୁକ୍ତ କୁ ଚିହ୍ନଟ କରା ସରିଛି ଓ ରିପୋର୍ଟ ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ହେଲେ ଆଜି ସକାଳୁ ରେଳ ଚଳାଚଳ ସାମାନ୍ୟ ସ୍ୱାଭାବିକ ହେଲା ପରେ ନଜିର କିଛି ଅଲଗା ଦେଖିବାକୁ ମିଳିଛି | ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇ କୁ ନିର୍ଦେଶ ଦେଇଛନ୍ତି ଅଶ୍ୱିନୀ ବୋଲି ଗଣମାଧ୍ୟମରେ ବିବୃତି ରଖିଛନ୍ତି |
- ତେବେ ଅସଲି ଅଭିଯୁକ୍ତୁ ଧରା ପଡିଯିବା ନେଇ ଡରୁଛନ୍ତି କି ରେଳମନ୍ତ୍ରୀ ?
- ଦେବାକୁ ପଡିପାରେ କି ପଦରୁ ଇସ୍ତଫା ?
ଏମିତି ବିଭିନ୍ନ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ଚାଲି ଥିଲା ବେଳେ କବଚ ଟେକ୍ନୋଲୋଜିକୁ ଏବେ ଜାତୀୟ ରାଜନୀତିରେ ବିରୋଧୀଙ୍କ ସ୍ୱର ତୀବ୍ର ହେବାରେ ଲାଗିଛି | ଗତ କିଛି ମାସ ତଳେ ହିଁ ରେଳମନ୍ତ୍ରୀ ଏକ ସ୍ୱତନ୍ତ୍ର ଭିଡିଓ ଜାରିକରି କବଚ ଟେକ୍ନୋଲୋଜିର କାର୍ଯ୍ୟ ବିଷୟରେ ଦେଶ ବାସୀଙ୍କୁ ଅବଗତ କରାଇଥିଲେ | ବାହାନଗା ଟ୍ରେନ ଦୁର୍ଘଟଣା ପରେ କବଚର ଏହି ଦୁର୍ଘଟଣାରେ କୌଣସି ସମ୍ପର୍କ ନାହିଁ ବୋଲି କହୁ ଥିବା ରେଳମନ୍ତ୍ରୀଙ୍କୁ ବିରୋଧୀମାନେ ଏବେ ନୂଆ ଇଣ୍ଡିଆର ନୂଆ କବଚ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି | ତେବେ କଥା ହେଉଛି ଯଦି ସ୍ୱତନ୍ତ୍ର ଭାବେ କୌଣସି ଟେକ୍ନୋଲୋଜି ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇନାହିଁ ତାକୁ ନେଇ କେନ୍ଦ୍ର ସରକାର ଏତେ ପ୍ରଚାରପ୍ରସାର କାହିଁକି କରୁଛନ୍ତି |
ଆହୁରି ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୃତକଙ୍କ ସଂଖ୍ୟାକୁ ନେଇ କଥା କଟାକଟି କୁ ବି ନେଇ ବିରୋଧୀ ମାନେ ପ୍ରଶ୍ନ କରିଛନ୍ତି | ଖୋଦ ରେଳମନ୍ତ୍ରୀ ଘଟଣା ସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ କେଉଁ ଭଳି ଭାବରେ ପ୍ରକୃତ ମୃତକଙ୍କ ସଂଖ୍ୟାକୁ ନେଇ ଅବଗତ ନାହାନ୍ତି ତାହା ଏବେ ରେଳମନ୍ତ୍ରୀଙ୍କ କାର୍ଯ୍ୟ ଉୱାରେ ପ୍ରଶ୍ନବାଚି ସୃଷ୍ଟି କରିଛି |
ତେବେ ଦେଖିବାକୁ ବାକି ରହିଲା କେବେ କାର୍ଯ୍ୟକାରୀ ହେଉଛି ଟ୍ରେନ ରେ ସୁରକ୍ଷା କବଚ ଓ ସିବିଆଇର ତଦନ୍ତ ପରେ ମିଳିପାରିବକି ଦୁର୍ଘଟଣାର ଆସଲି ଅଭିଯୁକ୍ତ କୁ ଦଣ୍ଡ ?
REPORT BY BISWAJIT JATIN PATRA