ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ଆସିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ଏମ୍ସ ଯାଇ ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ଆହତ ରୋଗୀ ମାନଙ୍କ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ । ଏମ୍ସରେ ଡାକ୍ତରଙ୍କ ସହ ବୈଠକ କରି ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ନେଇ କରିବେ ଆଲୋଚନା ।
ଏହାପରେ କଟକ ଓ ବାଲେଶ୍ୱର ମେଡିକାଲ ଯାଇ ଆହତଙ୍କୁ ଭେଟିବାର ସୂଚନା ମିଳିଛି । ଗତକାଲି ରାଜଧାନୀ ବାଲେଶ୍ୱରରୁ ଭୁବନେଶ୍ୱରକୁ ଅଣାଯାଇଛି ୧୬୦ ମୃତଦେହ । କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ସହ ଭୁବନେଶ୍ୱରରେ ଅନ୍ୟାନ ଡାକ୍ତରଖାନାରେ ଏହି ମୃତଦେହ ଗୁଡିକୁ ରଖାଯିବାକୁ ବ୍ୟବସ୍ଥା କରାଯାଇଛି ।