ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା : ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଶିକ୍ଷା ବିଭାଗ ଦ୍ବାରା ନିଯୁକ୍ତି ପାଇଥିବା ଗ୍ରେଜୁଏଟ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କ ଅନେକ ସାର୍ଟିଫିକେଟ ଜାଲ ରହିଥିବା ଅଭିଯୋଗ ହୋଇଛି,ଏହାର ସତ୍ୟା ସତ୍ୟ ଜାଣିବା ପାଇଂ ଖଡିଆଳ ବ୍ଲକ ପୋଡାପାଲି ଗାଁ ର ବରିଷ୍ଟ ଶିକ୍ଷକ ସୁରେଶ ଦୀପ ସୁଚନା ଅଧିକାର ଜରିଆ ରେ ନୂଆପଡା ଡିଇଓ ଅଫିସ କୁ ମାଗିଛନ୍ତି, ଖଡିଆଳ ଥାନା ପୋଡାପାଲି ଗାଁ ର ବରିଷ୍ଟ ଶିକ୍ଷକ ସୁରେଶ ଦୀପ ତାଙ୍କ ଆରଟିଆଇ ରେ ଜଣାଇଛନ୍ତି ଯେ ନୂଆପଡା ଜିଲ୍ଲା ର ୫ ଟି ବ୍ଲକ ରେ ୪୦୨ ଜଣ ବିଗ୍ୟାନ ଓ କଲା ଗ୍ରେଜୁଏଟ ଶିକ୍ଷକ ଶିକ୍ଷୟତ୍ରି ରହିଛନ୍ତି, ନୀୟମ ମୁତାବକ ଏହି ଶିକ୍ଷକ ଶିକ୍ଷୟତ୍ରି ଶିକ୍ଷକତା କରୁଥିବା ସମୟ ରେ ଅନ୍ୟତ୍ର ବିଦ୍ୟାଳୟ ହେଉ କିମ୍ବା ବିଶ୍ବ ବିଦ୍ୟାଳୟ ରେ ପାଠ ପଢିବା ପୁର୍ବ ରୁ ସେମାନେ ଉପରିସ୍ଥ ଅଧିକାରୀ ମାନଙ୍କ ଅନୁମତି ନେବାକଥା କିନ୍ତୁ ଏଥିରେ ବ୍ୟତିକ୍ରମ କରିଥିବା ଅଭିଯୋଗ ଆଣିଛନ୍ତି, ଏହାବ୍ଯତିତ ଅନ୍ୟାନ୍ୟ ବୋର୍ଡ ରେ ପାସ ହେବା ପରେ ସେହି ବିଶ୍ୟ ବିଦ୍ୟାଳୟ ର ମାଇଗ୍ରେସନ ସାର୍ଟିଫିକେଟ ଠାରୁ ନେଇ ଏନସିଟିୟି ଓ ଏକୁଭେଲେଣ୍ଟ ପରମିଶନ ନିର୍ଦେଶାନାମା ମଧ୍ୟ ଦେବାକଥା ତାହା ମଧ୍ୟ ପାଳନ ନ କରି ଜାଲିଆତି କାଗଜ ପତ୍ର ଦେଇ ଅନେକ ଶିକ୍ଷକ ଶିକ୍ଷୟତ୍ରି ଅଯୋଗ୍ୟ ଥାଇ ମଧ୍ୟ ଚାକିରୀ କରୁଥିବାବେଳେ ଲାଚଂ ଦେଇ ପଦୋନ୍ନତି ମଧ୍ୟ ପାଉଥିବା ଅଭିଯୋଗ ହେଉଛି । ଗ୍ରେଜୁଏଟ ଶିକ୍ଷକ ଙ୍କ ସମ୍ବନ୍ଦ ରେ ଜାଣିବା ପାଇଂ ପୋଡାପାଲି ଗାଁ ର ବରିଷ୍ଟ ଶିକ୍ଷକ ସୁରେଶ ଦୀପ ଗତ ମାର୍ଚ ମାସ ୩୧ ତାରିଖ ରେ ନୁଆପଡା ଡିଇଓ ଅଫିସ ରେ ଆବେଦନ କରିଛନ୍ତି। ଆରଟିଆଇ ର ଜେରକ୍ସ ଫିଜ ବାବାଦ କୁ ଡିଇଓ ଅଫିସ ର ବରିଷ୍ଚ କିରାଣି କର୍ଣ୍ନ ଶବର ଙ୍କୁ ୨୦ ହଜାର ଟଙ୍କା ଜମା ମଧ୍ୟ ଦେଇଛନ୍ତି ହେଲେ ଏବେ ସୁଦ୍ଧା ଆରଟିଆଇ ର କୌଣସି କାଗଜ ପତ୍ର ଦେଇ ନାହାନ୍ତି ।ଡିଇଓ ଅଫିସ ଯଥା ସମୟ ରେ ଆରଟିଆଇ ସମ୍ବନ୍ଦିୟ କାଗଜ ପତ୍ର ଦେବା କଥା ହେଲେ ତାହା ନକରି ଗ୍ରେଜୁଏଟ ଶିକ୍ଷକ ମାନଙ୍କୁ ଓଲଟା ଡିଇଓ ଅଫିସ ତାଙ୍କ ସାର୍ଟିଫିକେଟ ର ବିବରଣୀ ଦେବା ପାଇଂ ଚିଠି କରିବା କେତେଦୁର ଯୁକ୍ତି ଯୁକ୍ତ । ଆବେଦନକାରୀ ଙ୍କୁ ଆଜି କାଲି କହି ଦୁଇ ମାସ ହେବା କୁ ବସିଥିଲେହେଁ କୌଣସି ଆରଟିଆଇ ସମ୍ବନ୍ଦୀୟ କାଗଜ ପତ୍ର ଦେଉନଥିବାରୁ ଗଣ ମାଧ୍ୟମ ପ୍ରତିନିଧି କୁ ସାକ୍ଷାତକାର ରେ ଉପରୋକ୍ତ ସମସ୍ତ ବୃତାନ୍ତ ଜଣାଇଛନ୍ତି । ଅନ୍ୟପକ୍ଷେ ବୁଦ୍ଧିଜୀବି ମାନେ ସୁରେଶ ଦୀପ ଙ୍କ ଆରଟିଆଇ ସମ୍ବନ୍ଦିୟ କାଗଜ କାର୍ଯ୍ୟକଲାପ କୁ ସ୍ବାଗତ କରି ଏ ଦିଗ ରେ ଉଚ୍ଛସ୍ତରୀୟ ତଦନ୍ତ କରି ଦୋଷି ଶିକ୍ଷକ ବିରୁଦ୍ଧ ରେ କାଯ୍ୟାନୁଷ୍ଚାନ ଗ୍ରହଣ କରିବା ପାଇଂ ଦାବୀ କରିଛନ୍ତି । ନୂଆପଡା ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସୂଚନାକର୍ମୀ ଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦେବା ସହ ଜାଲ ସାର୍ଟିଫିକେଟ ର ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡିଛି।