ସନଷ୍ଟାର ଟିଭି ବ୍ୟୁରୋ
ଝାରସୁଗୁଡା ; ପାଖେଇ ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ। ଚଳଚଞ୍ଚଳ ରାଜନୀତିକ ମହଲ। ତେବେ ଝାରସୁଗୁଡାରେ ସ୍ବର୍ଗତ ନବ କିଶୋର ଦାସ ବିଜେଡିର ଜଣେ ଟାଣୁଆ ନେତା ଥିଲା ବେଳେ ତାଙ୍କ ବିୟୋଗରେ ବର୍ତ୍ତମାନ ତାଙ୍କ ଝିଅ ଦିପାଳି ଦାସ ଙ୍କ ଉପରେ ଭରସା କରିଛି ବିଜୁ ଜନତା ଦଳ। ବିଗତ ଦିନରେ ଅତାବିରା ଓ ହିନ୍ଦୋଳରେ ଦଳ ବିପୁଳ ଭାବେ ବିଜୟ ଲାଭ କରିଥିବାରୁ ଝାରସୁଗୁଡ଼ା ଉପନିର୍ବାଚରେ କିଭଳି ଭାବେ ଦଳ ନିଜ ସଙ୍ଗଠନ ସୁଦୃଢ କରିବ ସେନେଇ ମାନସ ମନ୍ଥନ ଚାଲିଛି । ସେପଟେ ବିଜେପି ଓ କଂଗ୍ରେସ ଏଯାବତ୍ ପ୍ରାର୍ଥୀ ଘୋଷଣା କରିନଥିଲା ବେଳେ ବିଜୁ ଜନତା ଦଳ ବ୍ଲକ ଓ ମୁନିସିପାଲିଟି ସ୍ତରରେ ନିଜର ପର୍ଯ୍ୟବେକ୍ଷକ ମାନଙ୍କୁ ଦାୟିତ୍ୱ ଦେଇସାରିଲେନି। ଆଜି ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଦ୍ଵାରା ଦଳର ହେଭି ୱେଟ୍ ବିଧାୟକ ମାନଙ୍କୁ ବିଭିନ୍ନ ବ୍ଲକ ଓ ମୁନିସିପାଲିଟିରେ ଦାୟିତ୍ୱ ଦିଆଯାଇଛି। ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଶ୍ରୀମତୀ ଟିକୁନି ସାହୁଙ୍କୁ କିରମୀରା ବ୍ଲକରେ ଦାୟିତ୍ୱ ଦିଆଯାଇଥିଲା ବେଳେ ଶ୍ରୀ ନିରଞ୍ଜନ ପୂଜାରୀ ଓ ଶ୍ରୀ ସରୋଜ ମେହେରଙ୍କୁ କୋଲାବିରା ବ୍ଲକର ଦାୟୀତ୍ବ ଦିଆଯାଇଛି । ସେପଟେ ଝାରସୁଗୁଡ଼ା ବ୍ଲକରେ ଶ୍ରୀ ପଦ୍ମନାଭ ବେହେରାଙ୍କ ସହ ଡ ଅରୁଣ କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ଶିଳ୍ପମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଓ ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଲାଇକେରାରେ ଦାୟିତ୍ୱ ଦିଆଯାଇଛି। ତେବେ ଝାରସୁଗୁଡ଼ା ମୁନିସିପାଲିଟି ପାଇଁ ଦଳ ତରଫରୁ ଚାରି ନେତା ଓ ନେତ୍ରୀ ତଥା ଶ୍ରୀ ପ୍ରତାପ ଜେନା, ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଶ୍ରୀମତୀ ସେଂହାଙ୍ଗିନି ଛୁରିଆଙ୍କ ସମେତ ଶ୍ରୀମତୀ ରିତା ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ।