ସନଷ୍ଚାରଟିଭି ବ୍ୟୁରୋ
ଓଡିଶା ସରକାର଼଼ଙ୍କ ଦଉଡିରେ ଏବେ ରାଜ୍ୟ ଶିକ୍ଷାନୀତି ଛନ୍ଦି ହୋଇ ପଡିରହିଛି। କାରଣ ରାଜ୍ୟର ୧୪ ହଜାରରୁ ଅଧିକ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସମୀକରଣ ନାମରେ ଏତେ ସଂଖ୍ୟକ ସ୍କୁଲ ବନ୍ଦ କରାଯାଉଥିବାର ସୂଚନା ସାମ୍ନାକୁ ଆସିଛି। କୌଣସି ପ୍ରକାରର ବିଚାର ବିମର୍ଷ ବିନା ରାଜ୍ୟରେ ଏତେ ସଂଖ୍ୟକ ସ୍କୁଲ ବନ୍ଦ କରିବା ଏକ ନିନ୍ଦନୀୟ ବିଷୟ ବୋଲି ଓଡିଶା ଶିକ୍ଷାଅଧିକାର ବିଭାଗ କହିଛି। ଅବହେଳିତ ସମାଜ ଆଡକୁ ଆଉ ଏକ ଦିଗ ଦେଖାଇବ ବୋଲି କହିଛି ଶିକ୍ଷାଧିକାର ବିଭାଗ।
ସରକାରଙ୍କ ଏହି ବ୍ୟବସ୍ଥା ଫଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର କରିବାରେ ଲାଗିପଡିଛନ୍ତି ରାଜ୍ୟ ସରକାର। ଗଣଶିକ୍ଷା ବିଭାଗ ୧୪୩୩୯ ପ୍ରାଇମେରୀ ଓ ଅପର୍ ପ୍ରାଇମେରୀ ସ୍କୁଲ ଗୁଡିକୁ ବନ୍ଦ କରିବା ପାଇଁ ସ୍ଥିର କରିଛି- ବିଶେଷ କରି ଯେଉଁ ସବୁ ସ୍କୁଲରେ ୨୦ରୁ କମ୍ ପିଲା ଅଛନ୍ତି। ମୁଖ୍ୟତଃ ଏହାସବୁ ଆଦୀବାସୀ ଅଞ୍ଚଳ, ଯେଉଁ ମାନେକି ପୂର୍ବରୁ ଦଳୀତ ଓ ଅବହେଳିତ। ଶିକ୍ଷାଧିକାର ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ୫୬ଟି ଆଦୀବାସୀ ସବ୍ ପ୍ଲାନ୍ ଅଞ୍ଚଳର ୨୫ ପ୍ରତିଶତ ସ୍କୁଲ ବନ୍ଦ ହେବ। ଯେଉଁ ଯେଉଁ ଜିଲ୍ଲାରେ ଅଧିକ ସଂଖ୍ୟକ ସ୍କୁଲ ବନ୍ଦ ହେବ ସେଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ମୟୂରଭଞ୍ଜ।
ଶିକ୍ଷାଧିକାର ବିଭାଗ ସୂଚନାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଆଦୀବାସୀ ଜିଲ୍ଲା ମାନଙ୍କରେ ଛୋଟ ଛୋଟ ଘରକୁ ନେଇ ଏକ ଅଞ୍ଚଳ । ତେଣୁ ସେହି ଅଞ୍ଚଳରେ ଥିବା ସ୍କୁଲ ଯଦି ବନ୍ଦ ହୋଇଯାଏ, ତେବେ ଆଦୀବାସୀ ପିଲା ଆଉ ସ୍କୁଲକୁ ଯିବେ ନାହିଁ କାରଣ ଘରଠୁ ସ୍କୁଲ ଯେତେ ଦୂର ହେବ, ପିଲାଙ୍କ ଉପସ୍ଥାପନା ସ୍କୁଲରେ ସେତେ କମିବ। ଯଦି ପିଲାଙ୍କୁ ନିଜ ଅଞ୍ଚଳରୁ ଦୂର ସ୍କୁଲକୁ ଯିବାକୁ ପଡେ ତେଵେ କାହା ପରିବାରରେ ଝିଅମାନଙ୍କୁ ସ୍କୁଲ ଛାଡିବେ ନାହିଁ। ଯାହାଫଳରେ ନାରୀ ବିକାଶର ମୂଳ ମନ୍ତ୍ର ଧିରେ ଧିରେ ଲୋପ ପାଇବାକୁ ବସିବ ବୋଲି ଶିକ୍ଷାଧିକାର ବିଭାଗ କହିଛି।