ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ଏବଂ ରିଲାୟନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ମୁମ୍ୱାଇରେ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୁମ୍ୱାଇରେ ମୁକେଶ ଅମ୍ବାନୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି | ଉଭୟଙ୍କ ମଧ୍ୟରେ ପୁଞ୍ଜି ନିବେଶକୁ ନେଇ ବିଶେଷ ଆଲୋଚନା ହୋଇଛି | ଆଲୋଚନାରେ ଓଡିଶାରେ ମୁକେଶ ଆମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି |
ସେପଟେ ମୁକେଶ ଅମ୍ବାନୀ କହିଛନ୍ତି ଯେ, ଓଡ଼ିଶା ନିବେଶର ଉପଯୁକ୍ତ ସ୍ଥାନ | ଏହାସହ ରାଜ୍ୟ ସରକାର ମଧ୍ୟ କହିଛନ୍ତି ଯେ , ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ନିବେଶ କରିବ ଏବଂ ଓଡିଶାବାସୀ ଏଥିରେ ଉପକୃତ ହେବେ |
ରିପୋର୍ଟ: ଦୀପା ପ୍ରଧାନ