ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପରଲୋକରେ ତିଗିରିଆ ରାଣୀ ରାସମଞ୍ଜରୀ | ଗତକାଲି ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା | ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ରାଣୀ ରାସମଞ୍ଜରୀ ।ଗତକାଲି ତାଙ୍କ ମୃତ୍ୟୁ ପରେ ସମଗ୍ର ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି | ସେପଟେ ତାଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରାଯାଇଛି ।
ସେ ୧୯୭୭ରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ରାସମଞ୍ଜରୀ ଦେବୀ ଜନତା ଦଳରୁ ୧୯୭୭-୮୦ ମସିହା ପର୍ଯ୍ୟନ୍ତ ଆଠଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୨-୨୦୦୭ ପର୍ଯ୍ୟନ୍ତ ତିଗିରିଆ ୧୪ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟଭାବେ ନିର୍ବାଚନ ଲଢି କଟକ ଜିଲ୍ଲା ପରିଷଦର ଉପ ସଭାନେତ୍ରୀ ଥିଲେ |
ରିପୋର୍ଟ: ଦୀପା ପ୍ରଧାନ