ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିଠୁ ବିଧାନସଭାରେ ୩ ଦିନଧରି ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ | ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କୃଷି ଓ ସାଧାରଣ ବଜେଟ୍ ମିଶି ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଦେଇଛନ୍ତି ସରକାର | ଏଥିପାଇଁ ଆଜି, ଆସନ୍ତାକାଲି ଓ ମାର୍ଚ୍ଚ ୧ ତାରିଖ ଧାର୍ଯ୍ୟ କରାଯାଇଛି | ଏହି ଆଲୋଚନା ଶେଷରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିବେ | ଆଜି ବିଧାନସଭା ପ୍ରଶ୍ନକାଳରେ ଗୃହ, ଅର୍ଥ, ପୂର୍ତ୍ତ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଖଣି ଓ ଇସ୍ପାତ, ସଂସଦୀୟ ବ୍ୟାପାର, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି |
ରିପୋର୍ଟ: ଦୀପା ପ୍ରଧାନ