ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସୁଆଣ୍ଡୋ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଲୋକାର୍ପଣ କରିବେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ | ଆଜି ନୂଆ ରୂପ ପାଇବ ଉତ୍କଳମଣୀ ଗୋପବନ୍ଧୁ ଜନ୍ମମାଟି | ଆଜି ସୁଆଣ୍ଡୋ ଯାଇ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ | ଆଜି ଦିନ ୧୧ଟାରେ ସୁଆଣ୍ଡୋରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ | ସେଥିପାଇଁ ସାରିଛି ସମସ୍ତ ପ୍ରସ୍ତୁତି |
ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ପ୍ରଥମେ ଶିବ ମନ୍ଦିରକୁ ଯାଇ ପୁଷ୍ପାଞ୍ଜଳି ପ୍ରଦାନ କରି ଷଠିଘର ବୁଲିବେ | ଏହାପରେ ପରେ ପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ନବୀନ। ସୂଚନା ଅନୁଯାୟୀ,ଉତ୍କଳମଣୀଙ୍କ ଜନ୍ମମାଟିରେ ୨୫କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ହୋଇଛି | ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ,ଷଠିଘର ଏହାସହ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୧୫ ପୁଟ ପ୍ରତିମୂର୍ତ୍ତି ମଧ୍ୟ କରାଯାଇଛି |
ତେବେ ଆଜି ଏହି ସମସ୍ତ ପ୍ରକଳ୍ପର ଲୋକାର୍ପଣ କରି ସୁଆଣ୍ଡୋ ବାସୀଙ୍କୁ ଉପହାର ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଚାହିଁ ବସିଛନ୍ତି ସୁଆଣ୍ଡୋବାସୀ |
ରିପୋର୍ଟ: ଦୀପା ପ୍ରଧାନ