ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାରଙ୍କୁ ଚିଠି ଲେଖିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଵଳ୍ପ ପେନସନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମାନବ୍ୟର ମୁଖ୍ୟମନ୍ତ୍ରୀ । ଓଡିଶାର ୧.୬୨ ଲକ୍ଷ ଇପିଏଫ୍ ପେନସନଧାରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ଚିଠି ଲେଖିଛନ୍ତି । ଏହି କର୍ମଚାରୀମାନେ ଦେଶ ପାଇଁ ନିଜର ମୂଲ୍ୟବାନ ସମୟ ଦେଇଛନ୍ତି । ତେବେ ଏବେ ସେମାନଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଦରକାର ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ସେମାନଙ୍କ ଆବେଦନକୁ ସଦୃଦୟତାର ସହିତ ବିଚାର କରାଯାଉବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଇପିଏସ୍-୯୫ ପେନସନଧାରୀ ସଂଘ ପୂର୍ବରୁ ଏନେଇ ଅଭିଯୋଗ କରିଥିଲେ ।