ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଶିବସେନା ଲଢେଇ | ଶିବସେନା ଲଢେଇ ଥମିବାରେ ଲାଗୁନି | ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି | ଶିବସେନାର ଚିହ୍ନ ଆଉ ନାଁ ପାଇଁ ଦୁଇ ଦଳ ମଧ୍ୟରେ ଲଢେଇ ଜାରି ରହିଥିବାବେଳେ ଗତକାଲି ନିର୍ବାଚନ ଆୟୋଗ ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନା ନାଁ ଓ ନିର୍ବାଚନୀ ଚିହ୍ନ ପ୍ରଦାନ କରିଥିଲେ | ଏହାପରେ ଦୁଇ ଦଳ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା | ଯାହା ସୁପ୍ରିମକୋର୍ଟରେ ପହଞ୍ଚିଛି |
ଏହାର ଜବାବ ଦେବାକୁ ଯାଇ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଅନଲାଇନରେ ଆପତ୍ତି ଦାଖଲ କରାଯାଇଛି । ଏଥିରେ ନିର୍ବାଚନ ଆୟୋଗଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବା ସହ ଫେବୃଆରୀ ୨୦ରେ ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ସେପଟେ ଠାକରେ ଗୋଷ୍ଠୀର ଓକିଲ କପିଲ ଶିବଲ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ଆଦେଶରେ ଆଇନଗତ ତ୍ରୁଟି ରହିଛି | ସେଥିପାଇଁ ଆମେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛୁ |
ରିପୋର୍ଟ: ଦୀପା ପ୍ରଧାନ