ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସୁପାରିଶ କଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ କିଛି ଦିନ ତଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ଅତ୍ୟଧିକ ଦୁର୍ନିତିଗ୍ରସ୍ତ କାରଣରୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ । କୋଟି କୋଟି ଟଙ୍କା ଠକେଇ କରି ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ରାଜକୀୟ ଠାଣିରେ ରହୁଥିଲେ । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟସରକାର ଜଣେ ଆଇଏଫ୍ଏସ୍ଙ୍କ ବିରୋଧରେ ଏପରି ସୁପାରିଶ କରିଛନ୍ତି । ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।
ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ସେ ଏବେ ଝାରପଡା ଜେଲରେ ଅଛନ୍ତି ।ଝିଅର ପାଠ ପଢା ପାଇଁ ୯୦ ଲକ୍ଷ ଓ ପୁଅର ପାଠପଢା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ପାଠକ । ନଭେମ୍ଵର ମାସରେ ବାପ ପୁଅ ୮୫ ଲକ୍ଷ ଟଙ୍କା ଜମା କରିଥିବା ଜଣାପଡିଛି । ଭୁବନେଶ୍ଵରରେ HDFC ଓ ICICI ବ୍ୟାଙ୍କରେ ଜମା କରିଥିଲେ କୋଟି କୋଟି ଟଙ୍କା ।