ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ରିମାଣ୍ଡ ଅବଧି ଶେଷ ପରେ ପୁଣି ଥରେ ଝାରପଡା ଜେଲ ଯାଇଛନ୍ତି ପ୍ରଦୀପ ପାଣିଗ୍ରାହୀ ।୨ ଦିନ ମାରାଥନ ଜେରା ପାଇଁ କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେଇଥିଲେ । ତେବେ SDJM କୋର୍ଟରେ ହାଜର ହୋଇଛନ୍ତି ପ୍ରଦୀପ । ତେବେ ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଭିଜିଲାନ୍ସ ହାତରେ ଧରାପଡିବା ପରେ ସେମାନଙ୍କ ସହ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କ ନାମ ସମ୍ନାକୁ ଆସିଥିଲା । ତେବେ ଏହାପରେ ବିଜେଡି ସଭାପତି ତାଙ୍କୁ ସଦସ୍ୟ ପଦରୁ ବହିଷ୍କାର ମଧ୍ୟ କରିଥିଲେ । ଗତ ୩ ତାରିଖ ସନ୍ଧ୍ୟା ସମୟରେ ରେ ଆକାଶ ପାଠକ ଲିଙ୍କରେ ତାଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା ।
ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇ ପ୍ରଦୀପଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା । ଠକେଇ, ଜାଲିଆତି, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା ।