ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ ; ଏଣିକି ସଂସଦର କ୍ୟାଣ୍ଟିନ୍ ରେ ସାମିଲ ହେବ ମିଲେଟ୍ ଖାଦ୍ୟ । ଆଜି ଠାରୁ ସଂସଦର ସମସ୍ତ କ୍ୟାଣ୍ଟିନ୍ ରେ ମିଲେଟ୍ ଖାଦ୍ୟ ସାମିଲ ହୋଇଛି । ସଂସଦରେ ମାଣ୍ଡିଆ ପୁରୀ, ବାଜରା ଖେଚୁଡି, ଯଅ ର ଉପମା, ମାଣ୍ଡିଆ ଏବଂ ବାଜରା ଲଡୁ ସହିତ ପାରମ୍ପାରିକ ବିରିୟାନୀ ଏବଂ କଟ୍ଲେଟ୍ ମଧ୍ୟ ଉପଲବ୍ଧ ରହିବ । ସଂସଦରେ ପ୍ରସ୍ତୁତ ମିଲେଟ୍ ବ୍ୟଞ୍ନ ରେ ବାଜରା ସୁପ୍, ମାଣ୍ଡିଆ ଦୋଷା, ମାଣ୍ଡିଆ ଘି ରୋଷ୍ଟ, ମାଣ୍ଡିଆ ଇଟିଲି ମିଳିବ ସହେିପରି ଷ୍ଟାଟର ଭାବେ ଯଅ ଉପମା ଓ ମଧ୍ୟାହ୍ନ ଭୋଜନରେ ମକା, ବାଜରା ଏବଂ ଯଅ ର ରୁଟି ସହ ଶୋରିଷ ଶାଗ, ଆଳୁ ତରକାରୀ, ମାଣ୍ଡିଆ ପୁରି, ମିକ୍ସ ମିଲେଟ ଖେଚୁଡି, ରସୁଣ ଚଟଣୀ ରହିଛି । ସବୁଠାରୁ ବଡ କଥା ହେଲା ଭାରତରେ ହେବାକୁ ଥିବା ପ୍ରତି ଜି-୨୦ ସମ୍ମିଳନୀରେ ମିଲେଟ୍ ବ୍ୟଞ୍ଜନ ସାମିଲ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।