ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ପୁଣି ଏକ ନମ୍ବରରେ ନବୀନ , ପୁଣି ଥରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ପାଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସି-ଭୋଟର ମୁଡ୍ ଅଫ ଦି ନେସନ ସର୍ଭେ ରିପୋର୍ଟ ଆଧାରରେ ପ୍ରଥମରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକ, ଦ୍ୱିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତୃତୀୟ ରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ୨୦୨୧-୨୨ ରେ ମଧ୍ୟ ଶୀର୍ଷ ସ୍ଥାନରେ ରହିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ୨୦୨୩ ରେ ମଧ୍ୟ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ନବୀନ । ଦିଲ୍ଲୀ ଓ ପଡୁଚେରୀକୁ ମିଶାଇ ଦେଶର ୩୦ ରାଜ୍ୟର ମୁଖ୍ୟମନ୍ତ୍ରିଙ୍କ ଲୋକପ୍ରିୟତାକୁ ନେଇ କରାଯାଇଥିବା ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ୪ ର୍ଥ ସ୍ଥାନରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବଘେଲ, ୫ ମ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ, ଷଷ୍ଠ ସ୍ଥାନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ୭ମ ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୮ମ ସ୍ଥାନରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ, ୯ ମ ସ୍ଥାନରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ୧୦ ମ ସ୍ଥାନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରହିଛନ୍ତି । ସେପଟେ ଆମ ରାଜ୍ୟ ଓଡିଶା କଥା ଯଦି ଦେଖିବା ଖାଦ୍ୟ ସୁରକ୍ଷା, ବିଦ୍ୟାଳୟ ରୂପାନ୍ତରଣ, କ୍ରୀଡା ଭିତ୍ତିଭୂମି, ପ୍ରତ୍ୟେକ ଗରିବ ଲୋକଙ୍କ ପାଇଁ ମାଗଣାରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା. ପାନୀୟ ଜଳ ବିତ୍ତୀୟ ପରିଚାଳନା, ଶିଳ୍ପାୟନ ଭଳି ଓଡିଶା ମଡେଲ ଏବେ ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଛି ।
ରିପୋର୍ଟ – ସ୍ମୃତିରେଖା