ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲ୍କାତା: ନିର୍ବାଚନ ପ୍ରସ୍ତୁତିପର୍ବକୁ ତଦାରଖ ନିମନ୍ତେ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି ଭାରତର ନିର୍ବାଚନ କମିଶନ୍ର । ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କାର୍ଯ୍ୟ ସମୀକ୍ଷା କରିବା ନିମନ୍ତେ ଭାରତର ନିର୍ବାଚନ କମିସନ୍ର ଏକ ଟିମ୍ ପଶ୍ଚିମବଙ୍ଗରେ ପହଞ୍ଚିଛି।
ଡେପୁଟି ଇଲେକ୍ସନ୍ କମିସନ୍ ସୁଦୀପ ଜୈନଙ୍କ ନେତୃତ୍ୱରେ ଏହି ଟିମ୍ ବୁଧବାର ଦିନ କୋଲକାତାରେ ପହଞ୍ଚିଛି। ଆଗାମୀ ଦୁଇ ଦିନ ମଧ୍ୟରେ ସେମାନେ ଦକ୍ଷିଣ ଏବଂ ଉତ୍ତର ବଙ୍ଗର କେତେଗୁଡ଼ିଏ ଜିଲ୍ଲାରେ ଜିଲ୍ଲା ମାଜିଷ୍ଟ୍ରେଟ୍, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଏବଂ ପୁଲିସ କମିସନର୍ମାନଙ୍କ ସମେତ କେତେକ ବରିଷ୍ଠ ଆଇଏଏସ୍ ଅଧିକାରୀ ଏବଂ ଆଇପିଏସ୍ ଅଧିକାରୀଙ୍କୁ ଭେଟିବାର ସମ୍ଭାବନା ରହିଛି।
ରାଜ୍ୟ ନିର୍ବାଚନ ପାନେଲ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦିଲ୍ଲୀରୁ ଏକ ନିର୍ବାଚନ କମିସନ୍ ଟିମ୍ ଆସିଛି। ଉକ୍ତ ଟିମ୍ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ସହ ପ୍ରଶାସନିକ ଏବଂ ପୁଲିସ ଅଧିକାରୀଙ୍କ ସହ ବୈଠକ କରିବେ। ଏହା ବ୍ୟତିରେକେ, ସେମାନେ ରାଜ୍ୟରେ ଥିବା ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ଭେଟିବାର ସମ୍ଭାବନା ଅଛି।