ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଜେପି ଛାଡିଲେ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ | ଏନେଇ ଗିରିଧାରୀ ଗମାଙ୍ଗୋ ଏକ ସାମ୍ବାଦିକ ସମ୍ମିଳନୀ କରି ପଦରୁ ଇସ୍ତଫା ଦେଇଛନ୍ତି | ବିଜେପି ଛାଡି ବିଆରଏସ ଦଳରେ ସାମିଲ ହେଲେ ବାପା-ପୁଅ | ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଗିରିଧର -ଶିଶିର ଗମାଙ୍ଗ | ୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ |
ସେପଟେ ଓଡ଼ିଶାର ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତି | ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବିଆରଏସ ଦଳ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି | ପୂର୍ବରୁ ହାଇଦ୍ରାବାଦସ୍ଥିତ କେସିଆରଙ୍କ ବାସଭବନରେ ଉଭୟ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ କେସିଆରଙ୍କୁ ଭେଟିଥିଲେ | ଯାହା ରାଜନୀତି ମାହୋଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା | କେସିଆରଙ୍କ ମଧ୍ୟ ଶିଶିର ଗମାଙ୍ଗଙ୍କୁ ବିଆରଏସରେ ସାମିଲ ହେବାକୁ ଭଲ ଅଫର ଦେଇଥିଲେ | ଆଉ ଏହାକୁ ନେଇ ଉଭୟ ବାପା – ପୁଅ କୌଣସି ପ୍ରତିକ୍ରିୟା ଦେଇନଥିଲେ | ଯାହାର ଉତ୍ତର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ଗିରିଧର ଗମାଙ୍ଗ |
ରିପୋର୍ଟ:ଦୀପା ପ୍ରଧାନ