ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ଯାଜପୁର ବ୍ୟାସନଗରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହେଲା ୨ଦିନିଆ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀ | ଉଭୟ ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ୨ ଦିନ ଧରି ଏହି ସମ୍ମିଳନୀ ଚାଲିବ । ଏଥିରେ ମୋଟ ୧୬ଟି ଦେଶ ଅଂଶଗ୍ରହଣ କରିଥିବାବେଳେ, ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ୨୦ଜଣ ଅନ୍ତର୍ଜାତୀୟ କଳାକାର , ଶହେରୁ ଅଧିକ ସ୍ଥାନୀୟ କାରିଗର ଏବଂ ୫୦ଜଣ ବକ୍ତା ଭାଗ ନେଇଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଉଦଘାଟନ କରି ବେଶ ଖୁସି ଅନୁଭବ କରିଛନ୍ତି |
ରିପୋର୍ଟ:ଦୀପା ପ୍ରଧାନ