ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସରିବ ‘ଭାରତ ଯୋଡ଼ ଯାତ୍ରା’ , ଆରମ୍ଭ ହେବ ‘ହାତ ସହ ହାତ ଯୋଡ ଯାତ୍ରା’ | ଆସନ୍ତା ଜାନୁଆରୀ ୨୬ରୁ ଏହି ଯାତ୍ରା ଆରମ୍ଭ ହେବ ବୋଲି ଜୋରଦାର ଚର୍ଚ୍ଚା ହେଉଛି | ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ସେଥିରେ ନିଷ୍ପତି ହୋଇଥିଲା ଯେ, ଭାରତ ଯୋଡ଼ ଯାତ୍ରା କଂଗ୍ରେସକୁ ସୁଦୃଢ଼ କରିଛି | ଏବଂ କଂଗ୍ରେସ ପ୍ରତି ଲୋକଙ୍କ ଭଲପାଇବା ସମର୍ଥନ ବଢ଼ିବାରେ ଲାଗିଛି | ତେଣୁ ‘ଭାରତ ଯୋଡ଼ ଯାତ୍ରା’ ପରେ ‘ହାତ ସହ ହାତ ଯୋଡ ଯାତ୍ରା’ ଆରମ୍ଭ ହେବ |
ଏହି ଯାତ୍ରା ମାଧ୍ୟମରେ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧିଙ୍କ ଏକ ପତ୍ର ସହ ପ୍ରତି ବ୍ଲକ, ଗାଁ ଓ ଘରେ ପହଞ୍ଚି ରାହୁଲଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବେ । କଂଗ୍ରେସ କର୍ମୀମାନେ ଦେଶର ପ୍ରାୟ ଅଢେଇ ଲକ୍ଷ ଗ୍ରାମ ପଂଚାୟତ, ୬ ଲକ୍ଷ ଗ୍ରାମ ଓ ୧୦ ଲକ୍ଷରୁ ଅଧିକ ପୋଲିଂ ଷ୍ଟେସନରେ ପହଞ୍ଚିବେ । ଏବଂ ଏହି ଯାତ୍ରା ମାଧ୍ୟମରେ ରାହୁଲ ଗାନ୍ଧି ଲୋକଙ୍କ ମଧ୍ୟରେ ନିଜର ଭାରତ ଯୋଡୋ ଯାତ୍ରାର ଅଭିଜ୍ଞତା ବାଣ୍ଟିବେ ।
ରିପୋର୍ଟ:ଦୀପା ପ୍ରଧାନ