ସନଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଜି ହକି ବିଶ୍ବକପରେ କମ୍ପୁଛି ଷ୍ଟାଡିୟମ |କଳିଙ୍ଗ ଏବଂ ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେଉଛି ହକି ବିଶ୍ବକପ | ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ପ୍ରଥମ ଟକ୍କର | ଏହାପରେ ଦିନ ୩ଟାରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ମ୍ୟାଚ୍ ହେବ | ଏହି ଦୁଇଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବାବେଳେ, ସେହିପରି ସଂଧ୍ୟା ୫ଟାରେ ଇଂଲଣ୍ଡ ଓ ଓ୍ବେଲସ ଏବଂ ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ ।
ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୪ଟା ୪୫ମିନିଟ ସମୟରେ ରାଉରକେଲା ବିମାନବନ୍ଦର ଠାରେ ପହଞ୍ଚି ବିର୍ସା ମୁଣ୍ଡା ଷ୍ଟାଡିୟମ୍ ନିକଟରେ ନିର୍ମିତ ହୋଇଥିବା ହକି ଭିଲେଜ ଯିବେ। ଏବଂ ସନ୍ଧ୍ୟା ୬ଟା ୪୮ମିନିଟରେ ଵିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଆସିବେ ମୁଖ୍ୟମନ୍ତ୍ରୀ।ଏଥିପାଇଁ ବ୍ୟାପକ ବ୍ୟବସ୍ତା କରାଯାଇଛି | କଡା ସୁରକ୍ଷା ଭିତରେ ରହିଛି ରାଉରକେଲା ସହର |
ରାଉରକେଲାରେ ମୋଟ ୫୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି | ଏଥିରେ ୨ ଏସପି, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୨ ଇନ୍ସପେକ୍ଟର, ୩୪୦ ଏସଆଇ ଓ ଏଏସଆଇ ଓ ୪୨୬ ହୋମଗାର୍ଡ ମୁତୟନ ହୋଇଛନ୍ତି । ଦର୍ଶକ କିଭଳି ଶୃଙ୍ଖଳିତ ଭାବେ ଷ୍ଟାଡିୟମରେ ପ୍ରବେଶ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଉଛି ପ୍ରଶାସନ | ଏବଂ ଷ୍ଟାଡିୟମ ଭିତରକୁ କଏନ, ହେଲମେଟ, ପାଣି ବୋତଲ ନବାପାଇଁ ଦର୍ଶକଙ୍କୁ ମନା ହୋଇଛି।
ରିପୋର୍ଟ: ଦୀପା ପ୍ରଧାନ