ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜାଡରେ ଧରୁଛି ସାରା ବିଶ୍ୱ | ଏହାରି ମଧ୍ୟରେ ଚାଲିଛି କଂଗ୍ରେସର ଭାରତ ଯୋଡ ଯାତ୍ରା | ଏହି ଯାତ୍ରାକୁ ନେଇ ଚର୍ଚ୍ଚାରେ ରାହୁଲଙ୍କ ଟି-ସାର୍ଟ | ସମସ୍ତେ ଶୀତବସ୍ତ୍ର ବ୍ୟବହାର କରୁଥିବା ସମୟରେ ରାହୁଲ ଗାନ୍ଧୀ ବିନା ଶୀତବସ୍ତ୍ରରେ କେମିତି ଏତେ ଦିନ ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରା କରୁଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି | ଏନେଇ ରାଜନୀତି ମାହୋଲରେ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରୁଛି |
ସୂଚନା ଅନୁଯାୟୀ , ରାହୁଲ ଗାନ୍ଧୀ ପ୍ରଥମେ କନ୍ୟା କୁମାରୀ ଠାରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଥିଲେ | ସେତେବେଳେ ପାଗ ଗରମ ଥିଲା | ମଧ୍ୟପ୍ରଦେଶରେ ଯେତେବେଳେ ଭାରତ ଯୋଡ ଯାତ୍ରା ପହଞ୍ଚିଥିଲା ସେତେବେଳେ ଶୀତ ଆରମ୍ଭ ହୋଇଥିଲା | ହେଲେ ରାହୁଲ ବିନା ଶୀତବସ୍ତ୍ରରେ ଭାରତ ଯୋଡ ଯାତ୍ରାକୁ ନେଇ ଆଗକୁ ମାଡିଚାଲିଥିଲେ |
ଯେତେବେଳେ ଶୀତକୁ ନେଇ ରାହୁଲଙ୍କୁ ପଚରାଗଲା ସେତେବେଳେ ରାହୁଲ ଗଣମାଧ୍ୟମକୁ କହିଥିଲେ ଯେ, ତିନିଜଣ ଛୋଟ ପିଲା ତାଙ୍କ ସହ ଫଟୋ ଉଠାଇବାକୁ ଆସିଥିଲେ । ସେହି ପିଲାମାନେ ଚିରା ଫଟା ପୋଷାକ ପିନ୍ଧିଥିଲେ । ଶୀତରେ ଥୁରୁଥରୁ ହେଉଥିଲେ । ଏହାକୁ ଦେଖି ରାହୁଲଙ୍କ ମନ ପରିବର୍ତନ ହୋଇଯାଇଥିଲା | ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ରାହୁଲ ବିନା ଶୀତବସ୍ତ୍ରରେ ଭାରତ ଯୋଡ ଯାତ୍ରା କରୁଛନ୍ତି |
ତେବେ ଅନେକ ସମୟରେ ରାହୁଲଙ୍କ ଟି-ସାର୍ଟକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହାକୁ ନେଇ ବିଜେପି ଅନେକ ପ୍ରଶ୍ନ ଉଠାଇଛି । ଏହାର କଡା ଜବାବରେ ରାହୁଲ କହିଛନ୍ତି ଯେ , ଯେବେ ସେ ଶୀତରେ ଥରିବେ ସେତେବେଳେ ସ୍ୱେଟର ପିନ୍ଧିବା କଥା ଚିନ୍ତା କରିବେ ରାହୁଲ ଗାନ୍ଧୀ ।
ରିପୋର୍ଟ: ଦୀପା ପ୍ରଧାନ